ଦେବଗଡ: ଅଫିସରୁ କାମ ସାରି ଘରକୁ ଫେରିବା ସମୟରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଦେବଗଡ଼ ସହରର ପ୍ରଧାନପାଟ ରାସ୍ତାର ଏସକେଏସ ଫାଇନାନ୍ସ ଅଫିସ ସମ୍ମୁଖରେ।ମୃତ ମହିଳା ଜଣକ ହେଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ରିତା ସାହୁ।

Advertisment

ମିଳିଥିବା ସୂଚନା ଅନୁଯ।ୟୀ , ଗତକାଲି ରାତି ପ୍ରାୟ ୧୨ଟା ସମୟରେ ରିତା ଭାରତ ଫାଇନାନ୍ସ ଅଫିସରୁ କାମ ସାରି ନିଜ ସ୍କୁଟି ନେଇ ଭଡ଼ା ନେଇ ରହୁଥିବା ଘରକୁ ବାହାରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ରିତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ରିତା ସ୍କୁଟିରୁ ତଳେ ପଡ଼ିଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ଉପରେ ପଥର କଚାଡି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

publive-image

ତେବେ ଖବର ପାଇ ଦେବଗଡ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ସକାଳେ ଦେବଗଡ ଏସପି ପ୍ରମୋଦ ରଥ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।