ଦେଓଗାଁ/ସଇଁନ୍ତଲା: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଟିକ୍ରାପଡ଼ା ଫାଣ୍ଡି ଅଧିନସ୍ଥ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଟିକ୍ରାପଡ଼ା ପୁଲିସ। ମିଳିଥିବା ସୂଚନା ମୁତାବକ ଦେଓଗାଁର ବୁଦ୍ଧଦେବ ନାଗ(୨୯) ଗତ ବିଳମ୍ବିତ ରାତ୍ରିରେ ଘରୁ କିଛି ଯୁବକଙ୍କ ସହିତ ଯାଇ ଆଉ ଘରକୁ ଫେରିନଥିଲେ | ତେବେ ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ଗାଁ ଶେଷ ମୁଣ୍ଡରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ |

Advertisment

ବୁଦ୍ଧଦେବଙ୍କ ମୁଣ୍ଡରେ ଗଭୀର ଆଘାତ ସାଙ୍ଗକୁ ମୃତଦେହ ପାଖରେ ରକ୍ତ ଛିଟା ଲାଗିଥିବା ପଥର ପଡିଥିବା ଯୋଗୁଁ ପଥରରେ ଛେଚି ହତ୍ୟା କରାଯାଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି। ତେବେ ପୂର୍ବଶତ୍ରୁତା ନା ପ୍ରେମ ସମ୍ପର୍କରୁ ଏଭଳି ନିର୍ମମ ହତ୍ୟା କରାଯାଇଛି ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ଓ ସଇଁନ୍ତଲା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି |