ବନ୍ତଳା: ଅନୁଗୁଳ ବ୍ଲକ ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ଗ୍ରାମର ଜଣେ ଯୁବକଙ୍କୁ ଛେଳିଆପଡ଼ା ଛକ ନିକଟରେ ହତ୍ୟା କରି ପକାଇଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତଦେହ ସେଠାରେ ପଡ଼ି ରହିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଅନୁଗୁଳ - ମହିଧରପୁର ରାସ୍ତା ଅବରୋଧ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ସହର ଥାନା ଅନ୍ତର୍ଗତ କାଙ୍ଗୁଲା ଗ୍ରାମର ସଂଗ୍ରାମ ବେହେରା ଗତକାଲି କୌଣସି କାମରେ ଛେଳିଆପଡ଼ା ଆସିଥିଲେ। ତେବେ ସେ ରାତିରେ ଘରକୁ ଫେରିନଥିଲେ। ଆଜି ତାଙ୍କ ମୃତଦେହ ଛେଳିଆପଡା ଛକ ନିକଟରେ ଥିବା ଏକ ବାଲିଗଦା ଉପରେ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଖବର ପାଇ ସଂଗ୍ରାମଙ୍କ ପରିବାର ଲୋକେ ଓ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead-body.jpg)