କଟକରେ ନାଗରିକତା ସଂଶୋଧନ ଆଇନ ବିରୋଧ ପ୍ରଦର୍ଶନ: ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଲେ ମୁସଲିମ ଓ ଦଳିତ ସୁରକ୍ଷା ମଞ୍ଚ

କଟକ: ଓଡ଼ିଶାରେ ଲାଗୁ ହେବନି ଜାତୀୟ ନାଗରିକତା ରେଜିଷ୍ଟ୍ରାର (ଏନଆରସି) । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରିବା ପରେ ମୁସଲିମ୍‌ ସଂପ୍ରଦାୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ନିଷ୍ପତ୍ତି ରାଜ୍ୟରେ ମୁସଲମାନଙ୍କୁ ଆଶ୍ୱସ୍ତି ଦେଇଥିଲା। ଏହା ସତ୍ତ୍ୱେ ନାଗରିକତା ସଂଶୋଧନ ଆଇନ ବିରୋଧରେ ସୋମବାର ମୁସଲିମ ଓ ଦଳିତ ସୁରକ୍ଷା ମଞ୍ଚ ପକ୍ଷରୁ କଟକରେ ବିକ୍ଷୋଭ ପ୍ରଦର୍ଶନ କରି କଟକ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ମୁଖମନ୍ତ୍ରୀଙ୍କୁ ଦିଆଯାଇଛି।

ଏଥିରେ ଉଲ୍ଲେଖ ରହିଛି କି, ଆସାମରେ ଏନଆରସି ଲାଗୁ କରି  ବିଜେପି ଯେଉଁ  ଭୁଲ କରିଛି, ତାହାକୁ ସଂଶୋଧନ କରିବା ପାଇଁ ଏହି କଳାକାନୁନ୍‌ ଆଣିଛି। ଏହି ଆଇନରେ କେବଳ ମୁସଲିମଙ୍କୁ ଟାର୍ଗେଟ କରି ଦମନ କରିବା ପାଇଁ ବ୍ୟବସ୍ଥା ରହିଛି। ସମ୍ବିଧାନ ବିରୋଧରେ ଯାଇ ବିଜେପି ସରକାର ଚାପପକାଇ ଜବରଦସ୍ତ ଏହି ବିଲକୁ ପାରିତ କରାଯାଇଛି। କେନ୍ଦ୍ର ସରକାର ରାଜ୍ୟମାନଙ୍କ ଉପରେ ଚାପ ପକାଇ, କରି ସିବିଆଇ/ଇଡିର ନାଲି ଆଖି ଦେଖାଇ ସମ୍ବିଧାନର ହତ୍ୟା କରି ସମସ୍ତ ନାଗରିକଙ୍କ ତଣ୍ଟି ଚିପୁଛନ୍ତି।

ଓଡ଼ିଶା ତଥା ଦେଶର ସମସ୍ତ ମୁସଲିମ୍‌ ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ୍ ଏହି କଳାକାନୁନ୍‌ ସିଏଏ ଓ ଏନ୍‌ଆରସିକୁ ବିରୋଧ କରି ଆଗମୀ ଦିନରେ ଆନ୍ଦୋଳନକୁ ଜୋରଦାର କରନ୍ତୁ  ବୋଲି ମୁସଲିମ ଓ ଦଳିତ ସୁରକ୍ଷା ମଞ୍ଚ ପକ୍ଷରୁ ଆହ୍ବାନ ଦିଆଯାଇଛି।

ସମ୍ବନ୍ଧିତ ଖବର