ବ୍ରହ୍ମପୁର: ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଲନ୍ଥରା ଥାନା ଅନ୍ତର୍ଗତ ସୁରଳା ଜଙ୍କସନ ନିକଟରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ କରାଯାଇଛିି। ମହିଳାଙ୍କର ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କର ଆନୁମାନିକ ବୟସ ୪୦ରୁ ୪୫ ବର୍ଷ ହେବ ବୋଲି ଆକଳନ କରାଯାଉଛି ଓ ସେ ଜଣେ ସମ୍ଭବତଃ ତେଲୁଗୁ ମହିଳା ହୋଇ ପାରନ୍ତି ବୋଲି ପୁଲିସ ଅନୁମାନ କରୁଛି।
ଆଜି ସକାଳେ ଉଲଗ୍ନ ଭାବେ ଜଣେ ମହିଳାଙ୍କ ଗଳିତ ମୃତଦେହ ଗୋଲନ୍ଥରା ଥାନା ଅନ୍ତର୍ଗତ ସୁରଳା ଜଙ୍କସନ ନିକଟରେ ପଡ଼ିଥିବା ନେଇ କେତେକ ଲୋକ ଗେଳନ୍ଥରା ଥାନାକୁ ଖବର ଦେଇଥିଲେ। ଖବର ପାଇ ଥାନାଧିକାରୀ ଓ ଅନ୍ୟ ଷ୍ଟାଫ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ତେବେ ମହିଳା ଜଣଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛିି।

ସମ୍ବନ୍ଧିତ ଖବର