ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମ ନିକଟ କାଜୁତୋଟାରୁ ବୁଧବାର ରାତିରେ ଜଣେ ଯୁବକଙ୍କ କ୍ଷତାକ୍ତ ଶବ ମିଳିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଉଛନ୍ତି, ସାନଖେମୁଣ୍ଡି ବ୍ଲକ୍ ଓ ପାଟପୁର ଥାନା ଅଧୀନ ଛଣମେରି ଗ୍ରାମର ଲଳିତମୋହନ ରାଉଳ (୨୫)। ମାର୍ବଲ ମିସ୍ତ୍ରି ଭାବେ କାମ କରୁଥିବା ଲଳିତମୋହନ ସବୁଦିନ ଭଳି ଗତକାଲି ମଧ୍ୟ କାମ କରିବାକୁ ଘରୁ ବାହାରିଥିଲେ। କିନ୍ତୁ ଆଉ ଫେରି ନଥିବା ବେଳେ ମୋବାଇଲ୍ ମଧ୍ୟ ସ୍ବିଚ୍ ଅଫ୍ ହୋଇଯାଇଥିଲା।
ରାତି ପ୍ରାୟ ୧୧ଟା ବେଳେ ମୌଳାଭଞ୍ଜା ଶଙ୍ଖଠୁ ଅଳ୍ପ ଦୂରରେ ଥିବା କାଜୁତୋଟାରୁ ତାଙ୍କ ଶବ ଠାବ ହୋଇଥିଲା। ପରିବାରବର୍ଗ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ଶବ ନିକଟରେ ତାଙ୍କ ହୋଣ୍ଡାସାଇନ୍ ବାଇକ୍ (ଓଡ଼ି-୦୭ ଏଡି ୦୨୦୬) ପଡ଼ିଥିଲା। ନାକ ଓ ପାଟିରୁ ରକ୍ତ ବାହାରୁଥିବା ବେଳେ ଡାହାଣ ଆଖିରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ଫଳରେ ଏହା ହତ୍ୟା, ଆତ୍ମହତ୍ୟା ନା’ ଦୁର୍ଘଟଣା ଏନେଇ ବର୍ତ୍ତମାନସୁଦ୍ଧା କିଛି ସ୍ପଷ୍ଟ ହୋଇପାରୁନି। ସକାଳେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ଭିନ୍ କରିଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ଅନୁଧ୍ୟାନ ପରେ ଦିଗପହଣ୍ଡି ଥାନାରେ କେସ୍ ନମ୍ବର ୫/୨୩ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ଡାକ୍ତରଖାନା ଏଫ୍ଏମ୍ଟିକୁ ପଠାଯାଇଛି। ପ୍ରାଥମିକ ତଦନ୍ତରୁ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଲଳିତମୋହନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ବୋଲି ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/3-10.jpg)