ଜୟପୁର: ଆଜି ପ୍ରକାଶ ପାଇଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳରେ କୋରାପୁଟ ଜିଲ୍ଲା ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ମିଳିଛି ସଫଳତା । ଶିକ୍ଷାଶାସ୍ତ୍ରରେ ତିନି ଜଣଓ ଇଂରାଜୀରେ ୨ଜଣ ଶ୍ରେଷ୍ଠ ତାଲିକାରେ ସାମିଲ ହୋଇଛିନ୍ତି। ସରକାରୀ ମହିଳା ମହାବିଦ୍ୟାଳୟ ଇତିହାସରେ ପ୍ରଥମଥର ଏତେ ଜଣ ଶ୍ରେଷ୍ଠ ତାଲିକାରେ ରହିଛନ୍ତି।  ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ତରରେ ନାଦିଲା ପଲ୍ଲବୀ ପ୍ରଥମ ସ୍ଥାନ ହାସଲ୍ କରିଛନ୍ତି। ସେଭଳି ଶିକ୍ଷାଶାସ୍ତ୍ରରେ ୧୦ଜଣିଆ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ମହାବିଦ୍ୟାଳୟର ସୌଦାମିନୀ ବାରିକ ଷଷ୍ଠ ସ୍ଥାନରେ ରହିଥିବା ବେଳେ କବିତା ସିଂ ୯ମ ସ୍ଥାନରେ ରହିଛନ୍ତି। ସେଭଳି ଇଂରାଜୀରେ ୩ୟ ସ୍ଥାନରେ ଶିଳ୍ପା ମିରାନୀ ଓ ଷଷ୍ଠ ସ୍ଥାନ‌ରେ ଆର୍ .ଗାୟତ୍ରୀ ରହିଛନ୍ତି।

Advertisment

ପଲ୍ଲବୀଙ୍କ ବାପା ଏନ୍ .ଶ୍ରୀନିବାସ ଗାଡ଼ିର ଡେଣ୍ଟିଂ ଓ ପ୍ୟାଣ୍ଟିଂ କାମ କରୁଥିବା ବେଳେ ମା ଗୃହିଣୀ। ପଲ୍ଲବୀ ଆଗାମୀ ଦିନରେ ବିଏଡ୍ ପାଠ୍ୟକ୍ରମ ପଢ଼ିବା ସହ ଭଲ ଶିକ୍ଷୟତ୍ରୀ ହେବା ଲକ୍ଷ୍ୟ ରଖିଛନ୍ତି। ସେଭଳି କବିତାଙ୍କ ବାପା ଡାକବିଭାଗରେ ପୋଷ୍ଟମାଷ୍ଟର ଓମା ଗୃହିଣୀ। ପଲ୍ଲବୀଙ୍କ ପରି ସୌଦାମିନି ଓ କବିତା ମଧ୍ୟ ବିଏଡ୍ ପଢ଼ି ଭଲ ଶିକ୍ଷୟତ୍ରୀ ହୋଇ ଶିକ୍ଷା ଆଲୋକ ପ୍ରଦାନ  କରିବା ଲକ୍ଷ୍ୟ ରହିଥିବା କହିଛନ୍ତି। କୃତିତ୍ବ ହାସଲ କରିଥିବା ସମସ୍ତ ଛାତ୍ରୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁଚିତ୍ରା ମିଶ୍ର, ଶିକ୍ଷାବିଭାଗର ମୁଖ୍ୟ ଶିବ ପ୍ରସାଦ ଜେନା,ଅଧ୍ୟାପକ ସନ୍ତୋଷ ରାଓ, ଇତିହାସ ବିଭାଗର ମୁଖ୍ୟ କନକ ଲତା ମହାପାତ୍ର , ବିକ୍ରମଦେବ ବିଶ୍ବବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଡ.ମନୋରଂଜନ ପ୍ରଧାନ ପ୍ରମୁଖ ଶୁଭେଚ୍ଛା ଞାପନ କରିବା ସହ ଅନ୍ୟ ଛାତ୍ରୀଙ୍କ ପାଇଁ ଏମାନେ ପ୍ରେରଣାର ସ୍ରୋତ ବୋଲି କହିଛନ୍ତି।