ଉମରକୋଟ: ୧୩ ଦିନ ଭିତରେ ସମଗ୍ର ନବରଙ୍ଗପୁର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟ। ୪୨୨ରେ ପହଞ୍ଚିଥିବା ବେଳେ ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥା ସୃଷ୍ଟି କରିଛି। କରୋନା ସଂକ୍ରମଣକୁ ରୋକିବା, ଅମାନିଆ ଦୋକାନୀ ଓ ଗ୍ର।ହକଙ୍କୁ ସ।ବାଡ କରିବା ପାଇଁ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଉମରକୋଟରେ ଅ।କ୍ସନ୍ ମୁଡ୍ ଦେଖାଇଛି। ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ନେତୃତ୍ୱରେ ଆଜି ସହରର ବଞ୍ଜ ମଣ୍ଡପ ଛକ ଠାରୁ ପୁଲିସ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବୁଲି ବୁଲି ଦୋକାନ ଓ ବ୍ୟାଙ୍କକୁ ଯାଇ ଯାଞ୍ଚ୍ କରିଥିଲେ। ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ମ।ସ୍କ ପିନ୍ଧିବା ଠାରୁ ଆରମ୍ଭ କରି ସାମାଜିକ ଦୂରତା ନିୟମକୁ ପାଳନ କରାଯାଉଛି କି ନାହିଁ ତାହା ତଦାରଖ କରିଥିଲେ। ଏପରି କି ଗ୍ରାହକ ଛିଡ଼ା ହେବ। ପାଇଁ ଦୋକାନୀ ଗୋଲ ଚିହନ କରିଛି କି ନାହିଁ ତାହା ମଧ୍ୟ ଜିଲ୍ଲାପାଳ ତଦାରଖ କରିଥିଲେ। କିଛି ତ୍ରୁଟି ପରିଲକ୍ଷିତ ହେଲେ ଜିଲ୍ଲାପାଳ ୱାର୍ଣ୍ଣିଂ ଦେଉଥିବା ପରିଲକ୍ଷିତ ହେଉଥିଲା। ସବୁ ଦୋକାନୀଙ୍କୁ ଦୋକାନ ସମ୍ମୁଖରେ ଦୌଡ଼ି ବାନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
ଆଜି କୋଭିଡ ନିୟମ ଉଲ୍ଲଙ୍ଘନରେ ଉମରକୋଟ ସହରର ୭ଟି ଦୋକାନକୁ ଜିଲ୍ଲା ପ୍ରଶାସନ ସିଲ୍ କରିବା ସହ ୫୦,୦୦୦ ଟଙ୍କା ଜରିମାନା ଆଦାୟ କରିଛି। ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ସହ ପୁଲିସ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସ।ହାଇ ମିନା, ଉପ ଜିଲ୍ଲାପାଳ ଭାସ୍କର ରଇତ, ତହସିଲଦାର ଡକ୍ଟର ହିମାଚଳ ମାଝୀ, ଏସଡିପିଓ ଦିନେଶ କୁମାର ନାୟକ, ଆଇଆଇସି ନରେଶ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଆଇଆଇସି ଲିମାରାଜ ପ୍ରଧାନ, ରଞ୍ଜିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାପାଳଙ୍କ ଏହି କାର୍ଯ୍ୟାନୁଷ୍ଠାନ ଦେଖି ଦୋକାନୀ, ଗ୍ରାହକ ଓ ସାଧାରଣ ଜନତାଙ୍କ ମଧ୍ୟରେ କୋକୁଆ ଭୟ ଦେଖାଯାଇଛି। ଅପରପକ୍ଷେ ଗତ ୧୦ ଦିନ ଧରି ଉମରକୋଟ ପୁଲିସ ମ।ସ୍କ୍ ଚେକିଂ କରି ଯେପରି ଜରିମାନା ଆଦାୟ କରୁଛି। ଏହା ଦେଖି ଲୋକେ ପୂର୍ବାପେକ୍ଷା ଅଧିକ ସତର୍କ ରହୁଛନ୍ତି। ଫଳରେ ପ୍ରାୟ ୯୦ ପ୍ରତିଶତ ଲୋକେ ମ।ସ୍କ୍ ବ୍ୟବହାର କରୁଥବା ପରିଲକ୍ଷିତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/02d0a28e-6ffa-4c7e-b26b-302ab3f0f51a.jpg)