କରୋନା ଆକ୍ରାନ୍ତଙ୍କୁ ଆଇସଲେସନ୍ ଚିକିତ୍ସା ପାଇଁ ଖ୍ରୀଷ୍ଟିଆନ ହସପିଟାଲ ସହିତ ଚୁକ୍ତି 

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନବରଙ୍ଗପୁର ବିଏଡ୍ କଲେଜରେ ୨୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ ହୋଇଛି। ଉକ୍ତ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧମାନଙ୍କୁ ଆଇସଲୋସେନ୍ କେନ୍ଦ୍ରରେ ରଖାଯାଇ ଚିକିତ୍ସା କରାଯିବ।  କୌଣସି ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହେଲେ ତାଙ୍କୁ ଜୟପୁରରେ ନିର୍ମାଣ ହେବାକୁ ଥିବା କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯିବ। ଉକ୍ତ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ ପରିଚାଳନା କରିବେ ଖ୍ରୀଷ୍ଟିୟାନ ହସପିଟାଲର ଡାକ୍ତର ଓ କର୍ମଚାରୀ। ଏଥି ପାଇଁ ଆଜି ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ଓ ଖ୍ରୀଷ୍ଟିୟାନ ହସପିଟାଲର ଅଧୀକ୍ଷକ ଡା.ସନ୍ତୋଷ କୁମାର ନାଗଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଖ୍ରୀଷ୍ଟିୟାନ ହସପିଟାଲ ଚିକିତ୍ସା ପାଇଁ ସମସ୍ତ ପ୍ରକାର ଯନ୍ତ୍ରପାତି ଓ ଔଷଧ ସେଠାରେ ରଖି ପରିଚାଳନା କରିବ। ଏହି ଚୁକ୍ତି ସ୍ବାକ୍ଷରିତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଡା.ସନ୍ତୋଷ କୁମାର ସ୍ବାଇଁ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ରମାକାନ୍ତ ନାୟକ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର