ପାପଡାହାଣ୍ଡି: ବାଇକ ଦୁର୍ଘଟଣାରେ ଚାଳକ ମୃତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ବାଇକ ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଟୁଗୁଡା ଗ୍ରାମର ସୁଧା ଭତରା (୩୦)  ଆଜି ନିଜ ଗ୍ରାମ ପାଖ ଭଣ୍ଡିଆ ଗ୍ରାମକୁ ନୀଳଗିରି ଗଛ କାଟିବା ପାଇଁ ଯାଇ ନିଜ ଘରକୁ ହୋଣ୍ଡା ସାଇନ ବାଇକ (ସିଜି୦୪ କେବି ୭୬୦୪) ଯୋଗେ ସନ୍ଧ୍ୟାରେ ଫେରିବା ବେଳେ ଚଚରାଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଟିକି ପଡ଼ିଥିଲେ।  ଗୁରୁତର ଅବସ୍ଥାରେ ସୁଧାଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି  ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣି ଭର୍ତ୍ତି କରିଥିଲେ । କିନ୍ତୁ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ପହଂଚିବା ପୂର୍ବରୁ  ସୁଧାଙ୍କର ମୃତ୍ୟୁ ଘଟିଥିଲା ବୋଲି  ଡାକ୍ତର ସୂଚନା ଦେଇଛନ୍ତି । ପାପଡାହାଣ୍ଡି ଡାକ୍ତରଖାନାରେ ମୃତଦେହ ପଡ଼ି ରହିଥିବା ବେଳେ ପୁଲିସ୍‌ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଂଚି ନଥିବା ଜଣାପଡଛି।

ସମ୍ବନ୍ଧିତ ଖବର