ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ଅନ୍ତର୍ଗତ ଧୋହଡ଼ାକୋଟ ସଂରକ୍ଷିତ ଜଙ୍ଗଲରେ ନୂତନ ଭାବେ ଚାରାରୋପଣକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଉଭୟ ଗ୍ରାମର ପ୍ରାୟ ୨୩ ଜଣ ଆହତ ହୋଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି।
ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଧୋହଡାକୋଟ ଗ୍ରାମର ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଦୀର୍ଘ ବର୍ଷ ଧରି ଧୋହଡାକୋଟ ଗ୍ରାମର ଲୋକ ମାନେ ଶହ ଶହ ଏକର ସଂରକ୍ଷିତ ଜଙ୍ଗଲରେ ଚାଷ କରି ଆସୁଛନ୍ତି। ତେବେ ନକ୍ସାପଦର ଗ୍ରାମର ଲୋକମାନେ ଧୋହଡାକୋଟ ଗ୍ରାମର ସଂରକ୍ଷିତ ଜଙ୍ଗଲରେ ଥିବା ନୀଳ ଜାନୀଙ୍କ ଜମିରେ ଚାରା ରୋପଣ ପାଇଁ ଗତ ମାସେ ତଳେ ଗାତ ଖୋଳିଥିଲେ। ଏହାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ମନାନ୍ତର ରହିଥିଲା।
/sambad/media/post_attachments/wp-content/uploads/2024/07/688a8ed2-8271-4160-9c5b-77383a5a754c.jpeg)
ତେବେ ଗତକାଲି ବିଳମ୍ବିତ ରାତିରେ ନକ୍ସାପଦର ଗ୍ରାମବାସୀ ଟ୍ରାକ୍ଟର ଏବଂ ବାଇକରେ ଧୋହଡାକୋଟ ଗ୍ରାମ ଆସି ଗ୍ରାମବାସୀଙ୍କ ଘରେ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ନକ୍ସାପଦର ଗ୍ରାମର ମନଧର ଜାନୀଙ୍କ ଅଭିଯୋଗ ପ୍ରକାରେ ଗତକାଲି ଧୋହଡାକୋଟ ଗ୍ରାମର କିଛି ଲୋକ ସଂରକ୍ଷିତ ଜଙ୍ଗଲରେ ଚାରା ରୋପଣକୁ ନେଇ କଂଗ୍ରା ନିକଟରେ ଗଣ୍ଡଗୋଳ କରିଥିଲେ। ଏପରିକି ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ନକ୍ସାପଦର ଗ୍ରାମବାସୀ ଧୋହଡ଼ାକୋଟ ଗ୍ରାମବାସୀଙ୍କୁ ଝଗଡା ନକରିବା ସହ ବୁଝାମଣା ପାଇଁ ଧୋହଡ଼ାକୋଟ ଯାଇଥିବା ବେଳେ ସେଠାରେ ଧୋହଡ଼ାକୋଟ ଗ୍ରାମବାସୀ ନକ୍ସାପଦର ଗ୍ରାମବାସୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ତେବେ ଉଭୟ ଗ୍ରାମର ଗ୍ରାମବାସୀଙ୍କ ଗୋଷ୍ଠୀ ସଂଘର୍ଷରେ ଧୋହଡ଼ାକୋଟ ଗ୍ରାମର ଗୁରୁବାରୁ ଜାନୀ(୩୦),ମଙ୍ଗୁଳୁ ଜାନୀ (୧୭),କମଲୋଚନ ଜାନୀ(୩୦),ରଇବାରୀ ଜାନୀ(୬୦)ବଳରାମ ଜାନୀ(୧୮),ନୀଳ ଜାନୀ(୫୦),ନାଷ୍ଟି ଜାନୀ(୪୫),ଖମ୍ବାରୁ ଜାନୀ(୧୮),ରଇବାରୀ ଜାନୀ(୪୫),ସମାୟୀ ଜାନୀ(୩୨),ସାବେ ଜାନୀ(୨୪),ନବ ଜାନୀ(୧୬),କୃଷ୍ଣ ଜାନୀ(୧୬),ରବି ଜାନୀ(୧୮),ଅନନ୍ତ ଜାନୀ(୧୮)ମଳୟ ଜାନୀ(୫୦) ଏବଂ ନକ୍ସାପଦର ଗ୍ରାମର ମନୋଧର ଜାନୀ(୨୬), କବି ଜାନୀ(୩୦),ଚଉବନ ଜାନୀ(୨୨),ଶୁଦ୍ର ଜାନୀ(୧୭)ମକରମ ଜାନୀ(୨୫)ଘାସିରାମ ଜାନୀ(୧୮),ଭଦ୍ର ଜାନୀ(୧୫) ପ୍ରମୁଖ ଆହତ ହୋଇ ଗତକାଲି ବିଳମ୍ବିତ ରାତିରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ମିଳିଛି।ତେବେ ରିପୋର୍ଟ ଲେଖା ହେବା ବେଳକୁ ଉଭୟ ପକ୍ଷରୁ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/2207e477-ed85-4b04-a51b-f4abcb613a8e.jpeg)