ନବରଙ୍ଗପୁର: ଆସନ୍ତା ୧୭ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ‘ଏକ ପେଡ୍ ମା’ କେ ନାମ’ ଅଭିଯାନ ହେବ। ସେଦିନ ନବରଂଗପୁର ଜିଲ୍ଲାର ୧୦ଟି ବ୍ଲକ ଓ ୨ଟି ପୌରାଂଚଳରେ ୮ଟି ବିଭାଗ ଦ୍ବାରା ୨ଲକ୍ଷ ୫୨ହଜାର ୨୧୦ଗଛ ଲଗାଯିବ। ଏଥି ପାଇଁ ଏହାରି ମଧ୍ୟରେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ତତ୍ବାବଧାନରେ ପ୍ରସ୍ତୁତି ବୈଠକ ବି ଅନୁଷ୍ଠିତ ହୋଇଛି।
କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ବ ବି ଦିଆଯାଇଛି। ଜିଲ୍ଲାରେ ପଂଚାୟତରାଜ ଓ ଗ୍ରାମ୍ୟଜଳଯୋଗାଣ ବିଭାଗ ପକ୍ଷରୁ୧୮୯ଟି ପଂଚାୟତର ୧୮୯୧ଟି ସ୍ଥାନରେ ୧୭୪୭ରକମର ୯୪୫୦୦ଗଛ ଲଗାଯିବ। ଏଥିରେ ଚନ୍ଦାହାଣ୍ଡି ବ୍ଲକର ୧୪ଟି ପଂଚାୟତର ୧୪୧ଟି ସ୍ଥାନରେ ୧୩୯ରକମର ୭୦୦୦ଗଛ ଲଗାଯିବ। ଡାବୁଗାଁ ବ୍ଲକର ୧୨ଟି ପଂଚାୟତର ୧୨୧ଟି ସ୍ଥାନରେ ୧୨୧ରକମର ୬ହଜାର ଗଛ ଲଗାଯିବ। ଝରିଗାଁ ବ୍ଲକରେ ୨୩ଟି ପଂଚାୟତରେ ୧୮୪ଟି ସ୍ଥାନରେ ୨୨୧ରକମର ୧୧ହଜାର୫୦୦ ଗଛ ଲଗାଯିବ। କୋଷାଗୁଡା ବ୍ଲକ ବ୍ଲକର ୨୬ଟି ପଂଚାୟତର ୨୫୧ଟି ସ୍ଥାନରେ ୨୧୫ରକମର ୧୩ହଜାର ଗଛ ଲଗାଯିବ। ନବରଙ୍ଗପୁର ବ୍ଲକର ୧୩ଟି ପଂଚାୟତର ୧୨୯ଟି ସ୍ଥାନରେ ୧୧୩ରକମର ୬ହଜାର ୫୦୦ଗଛ ଲଗାଯିବ। ନନ୍ଦାହାଣ୍ଡି ବ୍ଲକର ୧୧ଟି ପଂଚାୟତର ୨୧୧ଟି ସ୍ଥାନରେ ୧୦୧ରକମର ୫ହଜାର୫୦୦ ଗଛ ଲଗାଯିବ। ପାପାଡାହାଣ୍ଡି ବ୍ଲକର ୨୩ଟି ପଂଚାୟତର ୧୨୫ଟି ସ୍ଥାନରେ ୨୨୪ରକମର ୧୧ହଜାର ୫୦୦ଗଛ ଲଗାଯିବ। ରାଇଘର ବ୍ଲକର ୨୬ଟି ପଂଚାୟତର ୨୫୪ଟି ସ୍ଥାନରେ ୨୪୯ରକମର ୧୩ହଜାର ଗଛ ଲଗାଯିବ। ତେନ୍ତୁଳିଖୁଣ୍ଟି ବ୍ଲକର ୧୫ଟି ପଂଚାୟତର ୨୪୫ଟି ସ୍ଥାନରେ ୧୩୯ରକମର ୭ହଜାର୫୦୦ ଗଛ ଲଗାଯିବ। ଉମରକୋଟ ବ୍ଲକର ୨୬ଟି ପଂଚାୟତର ୨୩୦ଟି ସ୍ଥାନରେ ୨୨୫ରକମର ୧୩ହଜାର ଗଛ ଲଗାଯିବ।
ସେହିପରି ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଜରିଆରେ ଜିଲ୍ଲାରେ ଥିବା ବିଭିନ୍ନ ସ୍କୁଲରେ ୪୯୭୧୦ଟି , ଆଇଟିଡିଏ ନବରଙ୍ଗପୁର ପକ୍ଷରୁ ୬ହଜାର , ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦ୍ବାରା ୨ହଜାର , ଉଠା ଜଳସେଚନ ବିଭାଗ ପକ୍ଷରୁ ୧୦ହଜାର, ସିଆରପିଏଫ ୧୨ତମ ବାଟଲିଅନ୍ ପକ୍ଷରୁ ୫ହଜାର, ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ୬ଟି ବନାଂଚଳରେ ୮୦ହଜାର ଓ ଜଳବିଭାଜିକା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ବାରା ୫ହଜାର ଗଛ ଏଭଳି ୨ଲକ୍ଷ ୫୨ହଜାର ୨୧୦ଟି ଗଛ ଲଗାଯିବାର ଲକ୍ଷ୍ୟ ରଖାଯାଇଛି।
ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ୩ଲକ୍ଷ ୪୬ହଜାର ୭୧୦ଟି ଚାରା ଜିଲ୍ଲାରେ ପ୍ରସ୍ତୁତ କରି ରଖାଯାଇଥିବା କହିଛନ୍ତି ଡିଏଫଓ। ଗ୍ରାମାଂଚଳରେ ସଚେନତା ସୃଷ୍ଟି ଏବଂ ଚାରା ବିତରଣ ପାଇଁ ସମ୍ପ୍ରତି ରଥ ମଧ୍ୟ ଜିଲ୍ଲାରେ ପରିକ୍ରମା ଆରମ୍ଭ କରିଛି। ଆସନ୍ତା ୧୬ତାରିଖ ଦିନ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ମାନେ ସବୁ ସାଇଟକୁ ବୁଲି ପ୍ରସ୍ତୁତିର ଯାଂଚ କରିବେ। ଜିଲ୍ଲାରେ ଏକା ଦିନରେ ଏତେ ସଂଖ୍ୟକ ଗଛ ପ୍ରଥମ କରି ଲାଗୁଛି। ଯାହା ନବରଙ୍ଗପୁରରେ ଇତିହାସ ସୃଷ୍ଟି ହେବ। ଏହି ଗଛ ଗୁଡିକୁ ବଂଚାଇବା ଦାୟିତ୍ବ ମଧ୍ୟ ୮ଟି ଯାକ ବିଭାଗର ବୋଲି ସୂଚନା ମିଳିଛି।
Nabarangpur