ନବରଙ୍ଗପୁର: ନୂଆ ସରକାର ଆସିବା ପରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ ହୋଇଛି ‘ସୁଭଦ୍ରା’ ଯୋଜନା। ପ୍ରତ୍ୟେକ ବର୍ଷଳରେ ଦୁଇ ଥର ୫ହଜାର ଲେଖାଏଁ ୨ଟି କିପ୍ତି ଦିଆଯାଉଛି। ଏହି ଯୋଜନାରେ ନବରଙ୍ଗପୁର ଜିଲ୍ଲାର ୧୦ ବ୍ଲକ ଓ ନବରଙ୍ଗପୁର ଓ ଉମରକୋଟ ପୌରପାଳିକାରେ ୩ଲକ୍ଷ ୬ହଜାର ୭୭୮ ମହିଳା ଲାଭନୀତ ହୋଇଛନ୍ତି। ଏହି ମହିଳା ମାନେ ପ୍ରଥମ, ଦ୍ଵିତୀୟ କିସ୍ତି ପାଇଥିବା ବେଳେ ତୃତୀୟ କିପ୍ତି ୨ଲକ୍ଷ୮୧ ହଜାର୬୬୨ଜଣ ମହିଳା ପାଇଥିବା ସୂଚନା ମିଳିଛି।
ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୧୮ ୯୭୭ଟି ଆବେଦନପତ୍ର ଆସିଥିବା ବେଳେ ଏଥିରୁ ୨ଲକ୍ଷ ୮୪ହଜାର୪୪୦ଟି ଅନୁମୋଦିତ ହୋଇଥିଲା। ସେହିପରି ଆୟ ଅଧିକା ଥିବା ଏବଂ ମାର୍ଗଦର୍ଶିକାର ଖିଲାପି ଥିବା ୧୨୧୯୯ଟି ଆବେଦନ ଖାରଜ କରାଯାଇଥିଲା। ଏହାରି ମଧ୍ୟରେ ୩ଲକ୍ଷ ୬ହଜାର୭୭୮ଟି ହିତାଧିକାରୀଙ୍ଗ କେୱାଇସି ସରିଥିବା ବେଳେ ୩୮୬ଟି କେୱାଇସି ଅସମ୍ପୁର୍ଣ୍ଣ ରହିଥିବା ସୂଚନା ମିଳିଛି।
ଚନ୍ଦାହାଣ୍ଡି ବ୍ଲକରେ ପ୍ରଥମ ଓ ଦ୍ଵିତୀୟ କିଛି ୧୮,୫୧୪ଜଣ ଓ ତୃତୀୟ କିସ୍ତି ୧୭,୦୬୭ ଜଣ ପାଇଛନ୍ତି। ଡାବୁଗାଁ ବ୍ଲକରେ ପ୍ରଥମ ଓ ଦ୍ଵିତୀୟ କିସ୍ତି ୧୬,୯୬୫, ଓ ତୃତୀୟ କିସ୍ତି ୧୫,୫୦୪ ମହିଳା ପାଇଛନ୍ତି। ଝରିଗାଁ ବ୍ଲକରେ ପ୍ରଥମ ଓ ଦ୍ଵିତୀୟ କିସ୍ତି ୩୮,୧୩୪, ଓ ତୃତୀୟ କିସ୍ତି ୩୫.୦୪୨ ମହିଳା ପାଇଛନ୍ତି କୋଷାଗୁମୁଡା ବ୍ଲକରେ ପ୍ରଥମ ଓ ଦ୍ଵିତୀୟ କିସ୍ତି ୩୯,୯୪୫, ଓ ତୃତୀୟ କିସ୍ତି ୩୭,୧୫୩ ମହିଳା ପାଇଛନ୍ତି। ନବରଙ୍ଗପୁର ବ୍ଲକରେ ପ୍ରଥମ ଓ ଦ୍ବିତୀୟ କିସ୍ତି ୧୯,୯୧୧, ଓ ତୃତୀୟ କିସ୍ତି ୧୮,୪୭୪ ମହିଳା ପାଇଛନ୍ତି।
ନନ୍ଦାହାଣ୍ଡି ବ୍ଳକରେ ପ୍ରଥମ ଓ ଦ୍ଵିତୀୟ କିସ୍ତି ୧୫,୪୨୨, ଓ ତୃତୀୟ କିସ୍ତି ୧୪,୦୧୩ ମହିଳା ପାଇଛନ୍ତି। ପାପଡାହାଣ୍ଡି ବ୍ଳକରେ ପ୍ରଥମ ଓ ଦ୍ଵିତୀୟ କିସ୍ତି ୩୫,୪୧୫, ଓ ତୃତୀୟ କିସ୍ତି ୩୨,୫୦୪ ମହିଳା ପାଇଛନ୍ତି। ରାଇଘର ବ୍ଳକରେ ପ୍ରଥମ ଓ ଦ୍ଵିତୀୟ କିସ୍ତି ୪୫,୪୫୭, ଓ ତୃତୀୟ କିସ୍ତି ୪୧,୬୧୪ ମହିଳା ପାଇଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଳକରେ ପ୍ରଥମ ଓ ଦ୍ଵିତୀୟ କିସ୍ତି ୨୧,୩୯୯ ଓ ତୃତୀୟ କିସ୍ତି ୧୯,୫୧୮ ମହିଳା ପାଇଛନ୍ତି। ଉମରକୋଟ ବ୍ଳକରେ ପ୍ରଥମ ଓ ଦ୍ଵିତୀୟ କିସ୍ତି ୪୩,୩୮୧, ଓ ତୃତୀୟ କିସ୍ତି ୩୯,୯୬୧ ମହିଳା ପାଇଛନ୍ତି।
ଉମରକୋଟ ପୌରପାଳିକାରେ ପ୍ରଥମ ଓ ଦ୍ଵିତୀୟ କିସ୍ତି ୬,୪୭୫, ଓ ତୃତୀୟ କିସ୍ତି ୫,୭୫୮ ମହିଳା ପାଇଛନ୍ତି। ନବରଙ୍ଗପୁର ପୌରପାଳିକାରେ ପ୍ରଥମ ଓ ଦ୍ଵିତୀୟ କିସ୍ତି ୫,୭୬୦, ଓ ତୃତୀୟ କିସ୍ତି ୫,୦୫୪ ମହିଳା ପାଇଛନ୍ତି। ପ୍ରଥମ ଓ ଦ୍ବିତୀୟ କିସ୍ତି ପାଇବା ପରେ କିଛି ମହିଳାଙ୍କ ଆୟ ପ୍ରମାଣ ଓ ଅନ୍ୟାନ୍ୟ ଯାଂଚରେ କଟି ତୃତୀୟ କିସ୍ତି ପାଇଥିବା କହିଛନ୍ତି ଜିଲ୍ଲା ସୁଭୁଦ୍ରା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ବିଶ୍ବଜିତ ମହାନ୍ତି। ଜିଲ୍ଲାରେ ୬୨୩ଜଣ ମହିଳା ଡିବିଟିରେ ବିଫଳ ହୋଇଥିବାରୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇନି। ପୁନଃ ସଂଶୋଧନ କରି ଚାଳୁ ରହିଥିବା ବ୍ୟାଙ୍କ ଆକାଉଣ୍ଟ ବ୍ଲକ ସଂଯୋଜକଙ୍କ ଜରିଆରେ ମହିଳା ମାନେ ଦାଖଲ କଲେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ ବୋଲି କହିଛନ୍ତି ଜିଲ୍ଲାସଂଯୋଜକ।
Nabarangpur | Subhadra Scheme