ନବରଙ୍ଗପୁର: ରୋଷେଇ ଗ୍ୟାସ୍ ଲିକ୍ ହେବାରୁ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଅଞ୍ଚଳରେ ଶନିବାର ଅଗ୍ନିକାଣ୍ଡ ଘଟଣା ଘଟିବାରୁ ଗୋଟିଏ ପରିବାରର ୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ନୂଆକୋଟ ପଞ୍ଚାୟତ ଅନ୍ତର୍ଗତ ଦସରାଭଟା ଗ୍ରାମରେ ଏହି ଅଭାବନୀୟ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ୫ ଜଣ ଆହତଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ରିପୋର୍ଟ ଅନୁସାରେ ରୋଷେଇ ଘରେ ପୂର୍ବରୁ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହେଉଥିଲା। ରୋଷେଇ ପାଇଁ ମାଚିସ ଜାଳିବା ବେଳକୁ ହଠାତ ବଡ଼ ଧରଣର ନିଅାଁ ଜଳି ଉଠିଥିଲା। ଏହା ପରେ କିଛି ସମୟ ମଧ୍ୟରେ ୩ଟି ଘରେ ନିଅାଁ ଲାଗି ଯାଇଥିଲା। ଫଳରେ ୩ଟି ପରିବାରର ୫ଜଣ ସଦସ୍ୟ ନିଅାଁ ସଂସ୍ପର୍ଶରେ ଆସିଥିଲେ। ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ସମସ୍ତ ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ସ୍ଥିର ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Nabarangpur1.jpg)