ନବରଙ୍ଗପୁର: ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତର ଆଜି ଦ୍ବିତୀୟ ଦିନ। ଆଜି ଭୋର ସକାଳୁ ସେ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡି ପଞ୍ଚାୟତର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପ୍ରସିଦ୍ଧ ଶୈବ ପୀଠ ମାଣ୍ଡାଡଙ୍ଗରୀ ପରିଦର୍ଶନ କରିଥିଲେ। ସେଠାରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ।

Advertisment

ସେଠାରୁ ପାପଡାହାଣ୍ଡି ବ୍ଲକର ଜଟାବାଲ ସ୍ଥିତ ମଙ୍ଗଳ ବିଭାଗର ବିଦ୍ୟାଳୟକୁ ଗସ୍ତ କରି ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ। ପରେ ଉମରକୋଟ ରାସ୍ତାରେ ଥିବା ପ୍ରସିଦ୍ଧ ଧୋଡ୍ରା ସ୍ଥିତ ମା ଘାଟଘୋଷାଣୀ ମନ୍ଦିରରେ ପୂଜା କରିବା ପରେ ମନ୍ଦିର ଓ ମନ୍ଦିରର ପାରିପାର୍ଶ୍ବର ବିକାଶ ପାଇଁ ସ୍ଥାନୀୟ ବାସିନ୍ଦା ଓ ମନ୍ଦିର ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ। ସେଠାରୁ ପୋଡାଗଡ ସ୍ଥିତ ପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଗସ୍ତ କରିଥିଲେ।

publive-image

ପୋଡାଗଡ ପରିଦର୍ଶନ ପରେ ସେ ଉମରକୋଟ ଇଣ୍ଡୋର ଷ୍ଟାଡିୟମ, ଉମରକୋଟ ସ୍ଥିତ ଆରଏମସି ବଜାର ପରିଦର୍ଶନ କରିବେ। ଆରଏମସି ବଜାର ପ୍ରାଙ୍ଗଣରେ ମହିଳା ସ୍ବୟଂ ସହାୟକ ଦଳଗୁଡ଼ିକ ସହିତ ଆଲୋଚନା କରିବା ସହ ନବରଙ୍ଗୀ ଉତ୍ପାଦର ଜିନିଷ ବୁଲି ଦେଖିବେ। ସେଠାରୁ ଉମରକୋଟ ସ୍ଥିତ ପେଣ୍ଡ୍ରାଣୀ ଶକ୍ତୀ ପୀଠ, ପୂଜାରୀଗୁଡା ଗୋନଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉମରକୋଟ ଭାଷ୍କେଲ ଡ୍ୟାମ, ଜାମରୁଣ୍ଡା ୫ଟି ବିଦ୍ୟାଳୟ ପରିଦର୍ଶନ କରି ଉମରକୋଟ ଆହାର କେନ୍ଦ୍ରରେ ଭୋଜନ କରିବେ। ଉମରକୋଟରୁ ସେ ଝରିଗାଁ ବ୍ଲକର ସତୀଘାଟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବୁଲି ଦେଖିବେ। ଶେଷରେ ସେ ଚନ୍ଦାହାଣ୍ଡି ବ୍ଲକର ମାଲଗାଁକୁ ଯାଇ ପ୍ରସ୍ତାବିତ ତେଲ ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ।