ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଷଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ

ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସିଂଶ।ରୀ ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଆଜି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଛାତ୍ର ଜଣକ ଆଜି ଗାଈ ଓ ଛେଳି ଚରେଇବାକୁ ଯାଇ ୧୧ କେଭି ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। କରୋନା ଭାଇରସ ମହାବାରୀ ପାଇଁ ବିଦ୍ୟାଳୟ ବନ୍ଦ ଥିବାରୁ ସବୁ ଦିନ ପରି ଆଜି ମଧ୍ୟ ସୀତାରାମ ପାଇକଙ୍କ ପୁଅ ସନ୍ତୋଷ ପାଇକ କିଛି ଗାଈ ଓ ଛେଳିଙ୍କୁ ନେଇ ନିକଟସ୍ଥ ଜଙ୍ଗଲକୁ ଯାଇଥିଲା।  ଅପରାହ୍ନ ୨ଟା ବେଳେ ଘରକୁ ଖାଇବାକୁ ଆସି ପୁଣି ଗାଈ ଓ ଛେଳି ଚରେଇବାକୁ ଯାଇଥିଲା।

ଏହି ସମୟରେ ଜଙ୍ଗଲ ଦେଇ ଯାଇଥିବା ଏକ ୧୧ କେଭି ତାର ଭୂମିଠୁ ମାତ୍ର ୪ ଫୁଟ ଉଚ୍ଚତାରେ ଥିଲା। କିନ୍ତୁ ସନ୍ତୋଷ କିଛି ନ ଜାଣି ତାର ଟିକୁ ଛୁଇ ଦେଇଥିଲା। ଘଟଣାସ୍ଥଳରେ ହି ସନ୍ତୋଷର ମୃତ୍ୟୁ ଘଟିଥିଲା। ତେବେ ଗ୍ରାମ ଓ ପରିବାର ଲୋକ ତୁରନ୍ତ ସନ୍ତୋଷକୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ଡକ୍ଟର ମୃତ ଘୋଷଣା କରିଥିଲେ। ସନ୍ଧ୍ୟା ହେବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପୁଲିସ ମର ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ।

ତେବେ ଗ୍ରାମବାସୀଙ୍କ ଅଭିଯୋଗ ହେଲା ଦୀର୍ଘ ଦିନ ଧରି ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ଓହଲିକି ଥିଲା ଓ ଏଥିନେଇ ବିଦ୍ୟୁତ୍ କର୍ମଚାରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ କର୍ମଚାରୀ ଅଭାବ ଦର୍ଶାଇ ଟଙ୍କା ମାଗୁଥିଲେ ବୋଲି ଅଭିଯୋଗ କରିଛନ୍ତି। ବିଦ୍ୟୁତ୍ ବିଭାଗ ସନ୍ତୋଷକୁ କ୍ଷତି ପୂରଣ ଅର୍ଥ ଦେବା ସହ ତୁରନ୍ତ ସେହି ତାରକୁ ଉପରକୁ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର