ଥୁଆମୂଳ ରାମପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କହ୍ନେଇମୁଣ୍ଡା ଛକ ନିକଟରେ ଗୁରୁବାର ସକାଳେ ଏକ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏଥିରେ ବସିଥିବା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ତଳନାଗୀ ଗାଁର ୨୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସାନଲେଲି ମାଝୀ, ଜୟସିଂ ମାଝୀ, ଜିତୁ ମାଝୀ, ସାନସିନ୍ଦଗା ମାଝୀଙ୍କ ଅବସ୍ଥା ଗୁରୁତର ଥିବାରୁ ୨ ଜଣଙ୍କୁ କୋରାପୁଟ ଓ ୨ ଜଣଙ୍କୁ ନବରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନ୍ୟ ଆହତମାନେ ହେଲେ ଜୟରାମ ଲୋହରା, ରାମ ମାଝୀ, ବାବନ ଜାନୀ, ସାନ ମାଝୀ, ଭଗବାନ ମାଝୀ, ବାବୁଲା ମାଝୀ, ସନାସିଂ ମାଝୀ, ଭାସ୍କର ମାଝୀ, ଚିନୁ ମାଝୀ, ଗୋପୀ ମାଝୀ, ବଳରାମ ମାଝୀ, ବନମାଳୀ ହରିଜନ, କୃଷ୍ଣ ନାଏକ, ଚାନ୍ଦାର ମାଝୀ ଓ କମଳଲୋଚନ। ଏମାନଙ୍କୁ ତେନ୍ତୁଳିଖୁଣ୍ଟି ସିଏଚ୍ସିରେ ଚିକିତ୍ସା କରାଯାଉଛି। ଏମାନେ ସମସ୍ତେ ଆର୍ଡବ୍ଲୁଏସ୍ଏସ୍ ବିଭାଗର ଷ୍ଟିକର ଲାଗିଥିବା ଉକ୍ତ ପିକ୍ଅପ୍ ଭ୍ୟାନ୍ରେ ନନ୍ଦାହାଣ୍ଡିକୁ ମେଗା ଜଳଯୋଗାଣ ଯୋଜନାରେ ପାଇପ ବିଛାଇବା କାର୍ଯ୍ୟ କରିବାକୁ ଯାଉଥିଲେ।
ଭାରସାମ୍ୟ ହରାଇ ପିକ୍ଅପ୍ ଭ୍ୟାନ୍ ଓଲଟିଲା, ୨୭ ଶ୍ରମିକ ଆହତ, ୪ ଗୁରୁତର
/sambad/media/post_attachments/wp-content/uploads/2021/03/Accident_Sambad-Graphic-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)