ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଳା ଚନ୍ଦାହାଣ୍ଡି ଥାନା ଅଧିନ ଖୁଟିଗୁଡା ଗାଁର ଏକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାଲାର ବିଚାର କରି ମାନ୍ୟବର ବିଚାରପତି ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୨୪ ଜାନୁଆରୀ ୨୦୧୫ରେ ଖୁଟିଗୁଡା ଗାଁର ମୋହନ ଖାନା ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରି ୩ ଦିନ ପରେ ଛାଡିଦେଇଥିବା ନେଇ ଚନ୍ଦାହାଣ୍ଡି ଥାନାରେ ମାମଲା ଦାୟର ହୋଇଥିଲା। ଏହି ମାମଲା ଉମରକୋଟ କୋର୍ଟରୁ ନବରଙ୍ଗପୁର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ନବରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଳା ଦୌରା ଜଜ୍ ଗୌରୀ ମାଳା ମହାରଣା ମାମଲାର ବିଚାର କରିବା ସହ ୧୮ ଜଣ ସାକ୍ଷ୍ୟଙ୍କ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ୨ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ମାମଲାକୁ ଅତିରିକ୍ତ ପବ୍ଳିକ ପ୍ରସିକ୍ୟୁଟର ସଚ୍ଚି ନନ୍ଦନ ସ୍ୱାଇଁ ପରିଚାଳନା କରିଥିଲେ।
ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୧୦ ବର୍ଷ ଜେଲ
/sambad/media/post_attachments/wp-content/uploads/2018/07/jail-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)