ନବରଙ୍ଗପୁର: ଉମରକୋଟ ଆଶାକର୍ମୀଙ୍କ ମୃତ୍ୟୁ ପରେ କ୍ଷତି ପୂରଣ ଏଯାଏଁ ମିଳିନି। ଏହାକୁ ପ୍ରତିବାଦ କରି ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ନବରଙ୍ଗପୁର ଜିଲ୍ଲା ତରଫରୁ ଆସନ୍ତା ୧୪ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବ। ୧୫ତାରିଖରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବାକୁ ନିଷ୍ପତି ନେଇଛି ସଂଘ। ଗୋଟିଏ ମାସରୁ ଅଧିକ ସମୟ ହୋଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ପୁଣି ଥରେ ଆନ୍ଦୋଳନକୁ ଓଲ୍ଲାଇବାକୁ ସଂଘ ନିଷ୍ପତି ନେଇଥିବା ପ୍ରକଶ କରିଛନ୍ତି ବିଏମଏସ୍ ସଂଘର ସଭାପତି ବାଙ୍କ ବିହାରୀ ବିଷୋୟୀ ଓ ଉପଦେଷ୍ଟା ପରମେଶ୍ବର ବିଷୋୟୀl

Advertisment

ଆସନ୍ତା ତା ୧୪ ତାରିଖ ଦିନ ପୁଲିସ ପଡ଼ିଆ ଠାରୁ ଏକଶୋଭା ଯାତ୍ରାରେ ଜିଲ୍ଲାର ସବୁ ବ୍ଲକର ଆଶା କର୍ମୀ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ବାସଗୃହ କାର୍ଯ୍ୟାଳୟ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବ ଏବଂ ତା ୧୫ ତାରିଖରୁ ଜିଲାପାଳଙ୍କ  କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯିବ ବୋଲି ପ୍ରକାଶ କରିଛନ୍ତିl ଗତ ଅଗଷ୍ଠ ୩୦ତାରିଖ ଦିନ ଉମରକୋଟ ବ୍ଲକ, ବଡବାସୀନି ଗ୍ରାମର ଆଶାକର୍ମୀ ଦମୟନ୍ତି ଭତରାଙ୍କ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ରେଫେର ହୋଇ ନବରଙ୍ଗପୁର ଆସୁଥିବା ସମୟରେ ଡାବୁଗାଁ ରାସ୍ତା ପାଖରେ ଗର୍ଭରେ ଥିବା ଛୁଆ ଓ ମାଙ୍କରମୃତ୍ୟୁ ହୋଇଥିଲା। ଏହାକୁ ନେଇ ୧ତାରିଖ  ଦିନ ଉମରକୋଟ ସ୍ଵାସ୍ଥ୍ୟକେନ୍ଦ୍ର ଛକରେ ଦମୟନ୍ତୀଭତରାଙ୍କ ଶବକୁ ରଖି ଆନ୍ଦୋଳନ କରାଯାଇଥିଲା।

ସେହି ସମୟରେ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅତିରିକ୍ତ ତହସିଲଦାର ଆସି ଲିଖିତ ଆକାରରେ ୮ ସୁଧା କାର୍ଯ୍ୟାନୁଷ୍ଠାନ କରିବା ପାଇଁପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ମୁତାବକ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଥିବାରୁ ଗତ ୩ରେ ସଂଘ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ସ୍ବ।ସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପୁଣି ତା୧୨ତାରିଖ ରେ ସିଡିଏମଓ କାର୍ଯ୍ୟାଳୟ ଘେରାଉ କରି ପାଞ୍ଚ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା।

୫ତାରିଖ  ସୁଦ୍ଧା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କାର୍ଯ୍ୟବନ୍ଦ ଆନ୍ଦୋଳନକରିବାକୁ ମୌଖିକ ଭାବେ କୁହାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ  ଜିଲା ପ୍ରଶାସନ ତରଫରୁ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ କୌଣସି ପ୍ରକାର ପଦକ୍ଷେପ  ନିଆଯାଇ ନାହିଁ l ସେହି ଡ଼ାକ୍ତରଙ୍କୁ ନିଲମ୍ବନ କରି ତୁରନ୍ତ ଗିରଫ କରାଯାଉl ନବରଙ୍ଗପୁର ଜିଲାର ଆଶାକର୍ମୀମାନଙ୍କୁ ଡାକ୍ତର ଖାନାରେ ଦୁର୍ବ୍ଯବହାର କରାଯାଉଛି ତାହା ବନ୍ଦ କରାଯାଉ ଏହା ସହ ୮ଦଫା ଦାବି ନେଇ ଆ‌େନ୍ଦୋଳନ ହେବ। ଆଜିର ଜିଲ୍ଲାସ୍ତରୀ ପ୍ରସ୍ତୁତି ବୈଠକରେ ବିଏମଏସ୍ ମଜଦୁର ସଂଘ ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ, ଉପଦେଷ୍ଟା ପରମେଶ୍ୱର ବିଷୋୟୀ, ଆଶାକର୍ମୀ ସଂଘ ଜିଲ୍ଳା ସଭାନେତ୍ରୀ କବିତା ସ୍ୱାଇଁ, ସମ୍ପାଦିକା ଗୀତାଞ୍ଜଳି ହରିଜନଙ୍କ ସମେତ ଜିଲ୍ଲା ଓ ବ୍ଳକ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।