ନବରଙ୍ଗପୁର (ସୁରେଶ ନାଇଡୁ):କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ଜେଇଏଲସି ସଂସ୍ଥାର ସ୍କୁଲ ଗୁଡିକରେ ୪୦୦ ଶିକ୍ଷକ ନିଯୁକ୍ତି ଅନିମିୟତତା ବ୍ୟାପକ ଚଞ୍ଚକତା ଓ ଦୁର୍ନୀତି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି। ଅଖିଳ ଭାରତ ଭ୍ରଷ୍ଟାଋର ବିରୋଧୀ ସଂଗଠନର ରାଜ୍ୟ ସଭାପତି ଆଇନଜୀବୀ ସୁବ୍ରତ କୁମାର ନନ୍ଦ, ନବରଙ୍ଗପୁର ଜିଲ୍ଲା ସଭାପତି ସିଏଚ୍ ଇଶ୍ବର ଗାଓ, କୋରାପୁଟ ଜିଲ୍ଲା ସଭାପତି ଜି. ରାମବାବୁ, ନବରଙ୍ଗପୁର ଜିଲ୍ଲା ସଂଯୋଜକ ଅର୍ଜୁନ ଭତରା, ରତନ ମାଝୀ। ‌ହାଇକୋର୍ଟରେ ମାମଲା ଚାଳିବା ସମୟରେ କିଭଳି ସରକାରଙ୍କ ନିୟମକୁ ଏଡାଇ ବ୍ଲକଗ୍ରାଣ୍ଟ ସ୍କୁଲ ନିଜେ ନିଯୁକ୍ତି ଦେଇଛନ୍ତି ଏହାକୁ ବାତିଲ ସହ ଏହାର ତୁରନ୍ତ ତଦନ୍ତ କରିବାକୁ ଦାବି କରିଛନ୍ତି।

Advertisment

ସରକାରଙ୍କ ଶିକ୍ଷା ବିଭାଗର ବିନା ଅନୁମୋଦନରେ ବ୍ୟାପକ ଅର୍ଥ କାରବାର କରାଯାଇ ନାମକୁ ମାତ୍ର ନିଯୁକ୍ତି ବିଜ୍ଞାପନ ପ୍ରକାଶ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି ଦେବାକୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଇଛି। ରାଜ୍ୟ ସରକାରଙ୍କର ଶିକ୍ଷା ବିଭାଗର କେତେକ ଅଧିକାରୀ ଏହି କାରବାର ସହିତ ସଂପୃକ୍ତ ରହି ଜିଲ୍ଲା ଶିକ୍ଷାଅଧିକାରୀମାନଙ୍କ ଉପରେ ଚାପ ପ୍ରୟୋଗ କରି ନିଯୁକ୍ତି କରିବାକୁ ଚେଷ୍ଟା ଚଲାଇଛନ୍ତି। ରାଜ୍ୟ ସରକାର ଯେତେବେଳେ ସମସ୍ତ ସ୍କୁଲକୁ ଆନୁସଙ୍ଗିକ ଗ୍ରାଣ୍ଟ ଏବଂ ଦରମା ଦେଉଛନ୍ତି ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଜେ.ଏଇ.ଏଲସି. ପକ୍ଷରୁ କିଭଳି ଏଭଳି ନିଯୁକ୍ତି ଦିଆଗଲା ବୋଲି ଏମାନେ ପ୍ରଶ୍ନ କରିଛନ୍ତି। ନିଯୁକ୍ତିକୁ ବାତିଲ କରିବା ଓ ଏଭଳି ବେନିୟମ ନିୟମରେ ହୋଇଥିବା ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଭୟ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଏମାନେ ଦାବି କରିଛନ୍ତି।

ହାଇକୋର୍ଟରେ ମାମଲା ଚାଳିଥିବା ବେଳେ କିଭଳି ନିଯୁକ୍ତି ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ସରକାର ନ ଶୁଣିଲେ ହାଇକୋର୍ଟରେ ସଂଗଠନ ନିଜେ ପକ୍ଷ ଭାବେ ଯୋଡି ହେବ ବୋଲି କହିଛନ୍ତି ଶ୍ରୀ ନନ୍ଦ। ପୂର୍ବ ପ୍ରତିଶୃତି ରକ୍ଷାକରି ସମସ୍ତ ଅବସର ପ୍ରାପ୍ତ ସାମ୍ବାଦିକଙ୍କୁ ପେନସନ୍ ଦେବା ପାଇଁ ବ୍ୟବସ୍ଥା କରିବାକୁ ସଂଗଠନ ପକ୍ଷରୁ ଦାବୀ କରାଯାଇଛି। ଆଗାମୀ ବିଧାନ ସଭା ଅଧିବେଶନରେ ଏ ସଂପର୍କରେ ବିଲ ଆଣି ତରୁନ୍ତ ଏହାକୁ କାର୍ଯ୍ୟକାକାରୀ କରିବାକୁ ଦାବି କରିଛନ୍ତି।