ପାପଡାହାଣ୍ଡି/ମୈଦଲପୁର: ନବରଙ୍ଗପୁର-କଳାହାଣ୍ଡି ସୀମାନ୍ତ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଆମ୍ବପାଣି ଘାଟିରେ ଆଜି ସକାଳ ପ୍ରାୟ ୮ଟା ସମୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ ନିୟନ୍ତ୍ରଣ ହରାଇ ଗୋଟିଏ ଗଛରେ ପିଟି ହୋଇଯିବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଦୁହେଁ ଆମ୍ବପାଣି ନିକଟସ୍ଥ କୋରଲାଖୁଣ୍ଟିଆପଡା ଗାଁର ରଘୁନାଥ ମାଝୀ ଏବଂ ତାଙ୍କ ପୁତୁରା ଚଇତୁ ମାଝୀ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଆମ୍ବପାଣି ଗ୍ରାମ ନିକଟସ୍ଥ କୋରଲା ଖୁଣ୍ଟିଆପଡା ଗାଁର ରଘୁନାଥ ମାଝୀ ଓ ତାଙ୍କ ପୁତୁରା ଚଇତୁ ଗେଟିଏ ବାଇକ୍ରେ ମୈଦଲପୁର ସ୍ଥିତ ଜଣେ ସଂପର୍କୀୟଙ୍କ ଘରକୁ ଗତକାଲି ରାତିରେ ଆସିଥିଲେ। ତେବେ ଆଜି ସକାଳେ ଦୁହେଁ ପୁଣି ବାଇକ୍ରେ ନିଜ ଘରକୁ ଫେରୁଥିବା ବେଳେ ଘାଟି ରାସ୍ତାରେ ଭାରସାମ୍ୟ ହରାଇବାରୁ ରାସ୍ତା କଡରେ ଥିବା ଗଛରେ ବାଇକ ଧକ୍କା ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଖବରପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ପାପଡାହାଣ୍ଡି ଥାନା ଅଧିକାରୀ ରଶ୍ମି ରଂଜନ ପରିଡା ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ମେଡିକାଲ ପଠାଇଥିଲେ। ସେଠାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ଆମ୍ବପାଣି ଘାଟିରେ ଦୁର୍ଘଟଣା, ୨ ମୃତ
/sambad/media/post_attachments/wp-content/uploads/2018/07/navarang.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)