ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରୁ କୋଷାଗୁମୁଡା ରାସ୍ତାର ତଣ୍ଡାଗୁଡା ନିକଟରେ ବିଳମ୍ବିତ ରାତ୍ରିରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣ ଆହତ ହୋଇଥିବାର ଖବର ମିଳିଛି।
ସୂଚନା ମୁତାବକ ଖୁଟୁବାଇରୁ ପାପଡାହାଣ୍ଡି ରୋଗୀଙ୍କୁ ଧରି ଆସୁଥିବା ବେଳେ ବାମ ଚକ ବାହାରିଯାଇଥିଲା। ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ରାସ୍ତା କଡ଼ ସିମେଣ୍ଟ ପିଲରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଏଥିରେ ବସିଥିବା କର୍ମଚାରୀ ଓ ରୋଗୀଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/a2669dfc-f6a8-4a02-a456-878e4fc3f39a.jpg)