ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଅଧିକାରୀଙ୍କ ପୋଡ଼ାଗଡ ପରିଦର୍ଶନ, ବହୁ ବିରଳ ସାମଗ୍ରୀ ସଂଗ୍ରହ

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଐତିହାସିକ ପୋଡ଼ାଗଡ ପୀଠକୁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର ବିଭାଗୀୟ ଅଧିକାରୀମାନେ ଆଜି ସର୍ଭେ କରିବା ପାଇଁ ଆସିଥିଲେ ।  ଏହି ସର୍ଭେ ବେଳେ ଏଠାରେ ଏକ ରାଜବାଟି ଥିବା ଅଧିକାରୀମାନେ ପ୍ରମାଣ ପାଇଥିଲେ । ୫ମ ଶତାବ୍ଦୀର ନଳବଂଶର ରାଜା ସ୍କନ୍ଦ ବର୍ମନଙ୍କ ସମୟର ଶିଳାଲେଖକୁ ଅଧିକାରୀ ମାନେ ଅନୁଧ୍ୟାନ କରିଥିଲେ । ଏହି ର।ଜବାଟିରୁ ବହୁ ମୂଲ୍ୟବାନ ପଥର ଓ ମାଟିର ବାସନ, ଅଳଙ୍କାର, ଘୋଡ଼ା ମୁଣ୍ଡ, ପଥରକୁ ପଥର ଯୋଡେଇ କରୁଥିବା ଲୁହ। କ୍ଲ।ମ୍ପ, ପ୍ରାଚୀନ ଇଟ। ଆଦି ପାଇଥିଲେ ।

ଏହା ସହିତ ଅଧିକାରୀମାନେ ସ୍ନାନ ବେଳେ ରାଣୀ ବ୍ୟବହାର କରୁଥିବା ଘଷାପଥର ଅକ୍ଷତ ଅବସ୍ଥାରେ ଉଦ୍ଧାର ହେଇଥିଲା। ଏହି ସର୍ଭେ ସମୟରେ ପ୍ରତ୍ନତତ୍ତ୍ଵ ବିଭାଗ ର ସହକାରୀ ଅଧିକ୍ଷକ ଭାଗିରଥି ଗଡତିଆ , ସହକାରୀ ପ୍ରତ୍ନତତ୍ତ୍ଵବିତ୍ ରାହୁଲ ଶ୍ରୀବାସ୍ତବ ଓ ସର୍ଭେୟର ପ୍ରଦୀପ ରାଉତ ପ୍ରମୁଖ ଆସିଥିଲେ।

ସମ୍ବନ୍ଧିତ ଖବର