ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ଛଅ ଆହତ

ନବରଙ୍ଗପୁର: ଶୁକ୍ରବାର ସକାଳ ପ୍ରାୟ ନଅଟା ବେଳେ ଚନ୍ଦାହାଣ୍ଡି ଘାଟିରେ ଗୋଟାଏ ଅଟୋରିକ୍ସ୍‍ା ଓଲଟି ପଡ଼ିବାରୁ ୪ ଜଣ ଛାତ୍ରଛାତ୍ରୀଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି।

ଆହତମାନେ ହେଲେ ୧୦ ବର୍ଷିୟ ଶିଶିର ଭତରା ଓ ତାଙ୍କ ବାପା ଚନ୍ଦୁ ଭତରା, ୧୦ ବର୍ଷୀୟ ଅଞ୍ଜନା ଗଣ୍ଡ ଓ ତାଙ୍କ ବାପା ଅନନ୍ତରାମ ଗଣ୍ଡ, ୧୦ ବର୍ଷୀୟ ଜଗେଶ୍ୱରୀ ଭତରା, ୧୦ ବର୍ଷୀୟ ନନ୍ଦିନୀ ଭତରା ଓ ତାଙ୍କ ବାପା ଆଶୁ ଭତରା।

ଚନ୍ଦାହାଣ୍ଡି ବ୍ଲକ୍‌ର ଧଡ଼ିପାଣି ଆଶ୍ରମ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ପ୍ରବେଶିକା ପରୀକ୍ଷା ଦେବାକୁ ସିଉନାଗୁଡ଼ା ଗ୍ରାମର ୪ଜଣ ଛାତ୍ରଛାତ୍ରୀ ଏବଂ ୪ ଜଣ ଅଭିଭାବକ ସେ ଅଟୋରିକ୍ସାରେ ଯାଉଥିଲେ। ଚନ୍ଦାହାଣ୍ଡି ଘାଟିରେ ଚଳନ୍ତା ଅଟୋରିକ୍ସାଟି ବ୍ରେକ୍‌ ଫେଲ୍‌ ହେବାରୁ ଡ୍ରାଇଭର ଓ ଅଭିଭାବକ ଗଣ୍ଡା ଭତରା ବାହାରକୁ ଡେଇଁ ପଡ଼ିଥିଲେ। ପରେ ପରେ ଗାଡ଼ିଟି ଓଲଟି ପଡ଼ିଥିଲା।

ଆହତମାନଙ୍କୁ ଝରିଗାଁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା।

ଅଧିକ ଚିକିତ୍ସା ଲାଗି ଶିଶିର ଭତରା, ଅଞ୍ଜନା ଗଣ୍ଡ, ଜଗେଶ୍ୱରୀ ଭତରା, ଚନ୍ଦୁ ଗଣ୍ଡ, ଅନନ୍ତରାମ ଗଣ୍ଡ ଓ ଆଶୁ ଭତରାଙ୍କୁ ନବରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅଟୋରିକ୍ସା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।

ସମ୍ବନ୍ଧିତ ଖବର