ନବରଙ୍ଗପୁର (ସୁରେଶ ନାଇଡୁ): ଦାଦନ ହ୍ରାସ କରିବାକୁ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ସବୁ ଠାରୁ ବେଶି ପରିମାଣର ଦାଦନ ଯାଉଥିବା ପାପାଡାହାଣ୍ଡି ଓ ଝରିଗାଁ ବ୍ଲକରେ ଏମଜିନରେଗା ଯୋଜନାରେ ୩୦୦ଦିନର କାମ ଜବକାର୍ଡଧାରୀଙ୍କୁ ଦେବାକୁ କେନ୍ଦ୍ର, ରାଜ୍ୟ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ପୁରାଦମରେ ଲାଗି ପଡିଛି ଜିଲ୍ଲାପ୍ରଶାସନ। ଏଥି ପାଇଁ ଆଜି ଖାସ୍ କରି ଏହି ଦୁଇ ଜିଲ୍ଲାର ଲୋକଙ୍କୁ ସଚେତନ କରି ଏମଜିନରେଗାରେ କାମ ଦେବା ପାଇଁ ରଥ ଆରମ୍ଭ କରାଯାଇଛି। 

Advertisment

ପ୍ରତ୍ୟେକ ଦିନ ନବରଙ୍ଗପୁର ଜିଲ୍ଲାରୁ ଶହ ଶହ ଲୋକେ ହାଇଦ୍ରାବାଦ, ବିଜୟୱାଡା, ଅମରାବତୀ, ଚେନ୍ନାଇ, କେରଳ, ନାଗପୁର, ପୁନେ ଆଦି ଅଂଚଳକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଉଛନ୍ତି। ଖାସ୍ କରି ଚନ୍ଦାହାଣ୍ଡି, ଝରିଗାଁ, ପାପାଡାହାଣ୍ଡି, ଉମରକୋଟ ଓ ରାଇଘର ବ୍ଲକରୁ ନାବାଳକଙ୍କ ଠାରୁ ଆରମ୍ଭ କରି ସବୁ ବୟସ ବର୍ଗର ଯାଉଛନ୍ତି। ଏଭଳି କିଛି ତଥ୍ୟ କିମ୍ବା ବିବରଣୀ ରହୁନଥିବାରୁ ବହୁ ସମୟରେ ବହୁ ଶ୍ରମିକ ବିଭିନ୍ନ ନିର୍ଯ୍ୟାତନାର ଶୀକାର ହେବା, ବନ୍ଧକ ରହିବା ସହ ମରିବି ଯାଉଛନ୍ତି। ଏହାକୁ ରୋକିବା ପାଇଁ ମନରେଗାରେ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେ‌ଉଛି। ତେବେ  ଜିଲ୍ଲାରେ ଦାଦନ ରୋକିବାରେ ବିଫଳ ଓ ଶ୍ରମଦିବସ ସୃଷ୍ଟି କରିବାରେ ମଧ୍ୟ ଜିଲ୍ଲା ବହୁ ପଛରେ ପଡ଼ିଛି। କେବଳ ଶ୍ରମିକଙ୍କ ଜବକାର୍ଡ ଓ ଏଟିଏମ୍ କାର୍ଡ ହାତେଇ ଠିକାଦାର ଓ ସରକାରୀ କର୍ମଚାରୀ ମେସିନ୍ ଲଗାଇ ମନରେଗାରେ ବ୍ୟାପକ ଅନୁଦାନକୁ ହଡ଼ପ କରୁଛନ୍ତି।

୭୫ ଲକ୍ଷ ଶ୍ରମଦିବସ ସୃଷ୍ଟି ଲକ୍ଷ୍ୟ

୨୦୨୫-୨୦୨୬ ଆର୍ଥିକ ବର୍ଷରେ ନବରଂଗପୁର ଜିଲ୍ଲାର ୧୦ଟି ବ୍ଳକରେ ୭୫ଲକ୍ଷ ୪୭ ହଜାର ଶ୍ରମଦିବସ ସୃଷ୍ଟି କରିବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ସେଥିରୁ ନଭେମ୍ବର ୨୫ତାରିଖ ଯାଏଁ ୩୨ଲକ୍ଷ ୩୫ ହଜାର ୩୫୧ ଶ୍ରମଦିବସ ସୃଷ୍ଟି ହୋଇଛି। ଆର୍ଥିକ ବର୍ଷ ପୁରିବାକୁ ଆଉ ୪ମାସ ରହିଥିବା ୫୪ପ୍ରତିଶତ ଶ୍ରମଦିବସ ସୃଷ୍ଟି କରାଯାଇ ୧୦୦ ଦିନର କାମ ୨୮୨୧ଜଣ କରିଛନ୍ତି। ଜିଲ୍ଲାର ଡାବୁଗାଁ ବ୍ଲକ ୧୦୦.୫୫ ପ୍ରତିଶ୍ରତ ସମ୍ପୁର୍ଣ୍ଣ କରିଛି। ରାଇଘର, ଚନ୍ଦାହାଣ୍ଡି, ନବରଙ୍ଗପୁର, ଝରିଗାଁ, ଉମରକୋଟ ୫୦ପ୍ରତିଶତରେ ବି ପହଚିଂନାହାନ୍ତି। ପାପାଡ଼ାହାଣ୍ଡି ୭୭.୫, ନନ୍ଦାହାଣ୍ଡି ୫୭.୨୦, କୋଷାଗୁମୁଡା ୬୯.୧୬, ତେନ୍ତୁଳିଖୁଣ୍ଟି ୭୯.୧୭ ପ୍ରତିଶତ କାମ କରିଛନ୍ତି। ବେଶି ଦାଦନ ଖଟିବାକୁ ଯାଉଥିବା ପାପଡାହାଣ୍ଡିରେ ବର୍ଷକୁ ୯ଲକ୍ଷ ୩୪ହଜାର ୭୧ଶ୍ରମ ଦିବସ ସୃଷ୍ଟି କରି କାମ ଦେବା ଲକ୍ଷ୍ୟ ରହିଥିବା ବେଳେ ଏବେ ଯାଏଁ ୫ଲକ୍ଷ ୬୬୮୪ଜଣ କାମ କରିଛନ୍ତି। ପାପାଡାହାଣ୍ଡିରେ ୧୦୦ଦିନର କାମ ୩୬୭ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶ ଦାଦାନ ଖଟିବାକୁ ଯାଉଥିଲେ ୩୫ ଜଣ, ଅଟକାଇଲା ପ୍ରଶାସନ

ନୂଆ ମଜୁରୀ ଲାଗୁ!

ସେହିପରି ଝରିଗାଁ ବ୍ଲକରେ ୯ଲକ୍ଷ ୨୧ହଜାର ୨୯୩ ଶ୍ରମ ଦିବସ ସୃଷ୍ଟି ଲକ୍ଷ୍ୟ ଥିବା ବେଳେ ୨ଲକ୍ଷ ୮୦ ହଜାର ୮୭୫ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସେହିପରି ୧୦୦ ଦିନର କାମ ୨୩୦ଜଣଙ୍କୁ ଦିଆଯାଇଛି। ଏହି ଶ୍ରମ ଦିବସକୁ ବୃଦ୍ଧି କରି ନୂଆ ମଜୁରୀ ଆସନ୍ତା ଡିସେମ୍ବର ୧ରୁ ଲାଗୁ କରି ଦାଦନ ପ୍ରବଣ ପାପାଡାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ୩୦୦ଦିନର ଶ୍ରମଦିବସ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ। ସେଥି ପାଇଁ ଆଜି ଜିଲ୍ଲାପରିଷଦ କାର୍ଯ୍ୟାଳୟରେ ୨ବ୍ଲକ ପାଇଁ ସଚେତନତା ରଥ ଆରମ୍ଭ କରାଯାଇଛି। ରଥକୁ ଜିଲ୍ଲାପାଳ ଡ.ସ୍ବାଇଁ ଓ ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ବିରଞ୍ଜିନାରାୟଣ ଦରୱାନ ସବୁଜ ପତାକା ଦେଖାଇ ଆରମ୍ଭ କରିଛନ୍ତି। 

ଆହୁରି ପଢ଼ନ୍ତୁ: