ଚନ୍ଦାହାଣ୍ତି: ଚନ୍ଦାହାଣ୍ତି ବ୍ଲକ ଅନ୍ତର୍ଗତ ଫଟିକି ଗ୍ରାମର ପାଲେଶ୍ବର ମରକାମଙ୍କ ଦେଢ଼ ବର୍ଷର ଝିଅ ଝରଣା ଗତକାଲି ସନ୍ଧ୍ୟାରେ ରସୁଣ ଖାଇ ଗୁରୁତର ହୋଇଥିବା ବେଳେ ରାତିରେ ମୃତ୍ୟୁ ବରଣ କରିଛି। ଗତକାଲି ସନ୍ଧ୍ୟାରେ ପାଲେଶ୍ବରଙ୍କ ପତ୍ନୀ ରୋଷେଇ ପାଇଁ ରସୁଣ ସଫା କରୁଥିଲେ। ଏହାପରେ ସେ ବାହାରକୁ ଚାଲି ଯାଇଥିବା ବେଳେ ଶିଶୁକନ୍ୟା ରସୁଣ ଗିଳି ଦେଇଥିଲା। ଯାହାଫଳରେ ନିଶ୍ବାସ ନେବାରେ କଷ୍ଟ ହୋଇଥିଲା। ପରବର୍ତୀ ସମୟରେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଡାକ୍ତର କଳ୍ପେଶ ସୁନା ପ୍ରାଥମିକ ଚିକିତ୍ସା କରିଥିଲେ ବି ଛାତି ପାଖରେ ଅଟକି ଯାଇଥିବା ରସୁଣ ବାହାରି ନଥିଲା। ତେଣୁ ଉମରକୋଟ ମେଡିକାଲର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ପଣ୍ଡାଙ୍କ ନିକଟକୁ ପଠାଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ଉମରକୋଟ ନେବା ବେଳେ ରାତି ପ୍ରାୟ ୯ଟାରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା। ଆଜି ସକାଳେ ଶବ ଗାଁରେ ପହଞ୍ଚିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଛି।
ରସୁଣ ଖାଇ ଗୁରୁତର ଶିଶୁକନ୍ୟାର ମୃତ୍ୟୁ
/sambad/media/post_attachments/wp-content/uploads/2018/10/naba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)