କୋଷାଗୁମୁଡା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଏମ. କେରାଗାଁ ପଞ୍ଚାୟତରେ ଚଳିତ ମାସରେ ହିତାଧିକାରୀଙ୍କୁ ୪ ମାସର ଚାଉଳ ପ୍ରଦାନ ପାଇଁ ଚାଉଳ ଯୋଗାଣ ହୋଇଥିଲା। କିନ୍ତୁ କାର୍ଯ୍ୟରତ ଯୋଗାଣ ସହାୟକ ରଶ୍ମି ପ୍ରଧାନ ହିତାଧିକାରୀଙ୍କ ରାସନ୍ କାର୍ଡରେ ୪ ମାସର ଚାଉଳ ପ୍ରଦାନ ନେଇ ଦର୍ଶାଇଥିବା ବେଳେ ହିତାଧିକାରୀଙ୍କୁ ପ୍ରଦାନ କରୁଛନ୍ତି ୩ ମାସର ଚାଉଳ, ଏନେଇ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ୨ ମାସର ଚାଉଳ ପ୍ରଦାନ କରିନଥିବା ବେଳେ ପୁଣି ଚଳିତ ମାସରେ ଗୋଟିଏ ମାସର ଚାଉଳ ପ୍ରଦାନ କରିନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ। ଶେଷରେ କିଏ ମଧ୍ୟ ଗୁହାରି ନଶୁଣି ବାରୁ ବାଧ୍ୟ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ଘେରିଥିଲେ ଶତାଧିକ ଲୋକ। ଏମ୍ କେରାଗାଁ ପଞ୍ଚାୟତରେ ମୋଟ ୧୨୦୦ ହିତାଧିକାରୀ ପାଇନାହାନ୍ତି ଚାଉଳ। ପୂର୍ବରୁ ମଧ୍ୟ ଲୋକେ ଚାଉଳ ପ୍ରଦାନରେ ଦୁର୍ନୀତି ଅଭିଯୋଗ କରିଥିଲେ। କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି କେହି ହେଲେ ଏମାନଙ୍କ ଅଭିଯୋଗ ନ ଶୁଣିବାରୁ ଲୋକେ ଆଜି ତାତିଛନ୍ତି।

Advertisment

ଶତାଧିକ ହିତାଧିକାରୀ ପଞ୍ଚାୟତ ଘେରିବା ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ, ପି ଇ ଓ ପ୍ରସନ୍ନ କୁମାର ପଣ୍ଡା ଓ ବ୍ଲକ ଯୋଗାଣ ନିରୀକ୍ଷକ ସୀତାକାନ୍ତ ରାଉତ ଆସି ଲୋକଙ୍କୁ ବୁଝାସୁଝା କରିଥିଲେ। ସବୁ ଚାଉଳ ପ୍ରଦାନ କରିବା ପାଇଁ ଦାବି କରି ଜିଦ୍ ରେ ଧାରଣା ଦେଇଥିଲେ। ଆଗାମୀ ତିନି ଦିନ ମଧ୍ୟରେ ସମସ୍ତ ଚାଉଳ ପ୍ରଦାନ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଦୃଢ଼ ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ହଟିଥିଲେ।