ଝରିଗାଁ/ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ବଡଟେମରା ଗ୍ରାମର ହରି ଜାନୀ(୨୦) ଓ ଫଗନୁ ପାଇକ ଏକ ବାଇକ୍ ଯୋଗେ ମଇଦଲପୁର ଫାଣ୍ଡି ଅନ୍ତର୍ଗତ ଲଦି ଗ୍ରାମର ସନିଆ ଗୌଡ(୫୦)ଙ୍କୁ ତାଙ୍କ ଗାଁରେ ଛାଡିବାକୁ ଯାଉଥିଲେ। ତେବେ ବଡଟେମରା ଠାରୁ ୨କିଲୋମିଟର ଦୂର ନୂଆଗୁଡା ଗ୍ରାମର ଏକ ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍ଟି ରାସ୍ତା ପାର୍ଶ୍ୱରେ ଦୁର୍ଘଟଣାଗ୍ରସ୍ତ ହୋଇଥିିଲା। ଦୁର୍ଘଟଣାରେ ବାଇକ୍ରେ ଥିବା ୩ଜଣ ଛିଟିକି ପଡିଥିଲେ। ମୁଣ୍ଡ ଓ ଛାତିରେ ପ୍ରବଳ ଆଘାତ ଲାଗିବାରୁ ହରିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅନ୍ୟ ୨ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି।
ବାଇକ୍ ଦୁର୍ଘଟଣାରେ ଜଣେ ମୃତ
/sambad/media/post_attachments/wp-content/uploads/2018/05/naba31.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)