ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ବନଖଣ୍ଡର ୬ଟି ରେଂଜର ୧୪ଟି ସ୍ଥାନରେ ‌‌ହୋଇଥିବା ପକ୍ଷୀ ଗଣନାରେ ୪୦ ରକମର ୪୦୮୬ଟି ପକ୍ଷୀ ଚିହ୍ନଟ କରାଯାଇଥିବା କହିଛନ୍ତି ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା। ୬ଟି ରେଂଜର ରେଂଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରାଷ୍ଟାଫ ଓ ସ୍କ୍ବାର୍ଡ ଆଦି  ଏହି ଗଣନାରେ ସାମିଲ ହୋଇଥିଲେ।  ପୂର୍ବରୁ କର୍ମଚାରୀ ମାନେ ପକ୍ଷୀ ଚିହ୍ନଟ ପାଇଁ ସ୍ବତନ୍ତ୍ର ଆପ୍ ଡାଉନଲୋଡ କରି ରଖିଥିଲେ। ଏଥିରେ ଏମାନେ ଅପଲୋଡ କରିଥିଲେ।  

Advertisment

ନବରଙ୍ଗପୁର ବନାଂଚଳର କୁସୁମଝରରେ ୧୧୨୬ଟି, ଇନ୍ଦ୍ରାବତୀ ଡ୍ୟାମରେ ୧୩୧୦ଟି, କୁସୁମ ଡ୍ୟାମ୪୯୦, ସାଗରମୁଣ୍ଡା ପୋଖରୀ ୧୭୦ ଆଦି ୪ଟି ସ୍ଥାନରେ ଗଣନା କରାଯାଇଥିଲା। ସବୁ ଠାରୁ ବେଶି ପକ୍ଷରୁ ନବରଙ୍ଗପୁର ରେଞରେ ରହିଛି। କୋଡିଙ୍ଗା ରେଂଜରେ କୋଷାଗୁମୁଡା ନିକଟସ୍ଥ ଭାସ୍କେଲ ନବୀ ୫୦, ଏକୋରୀ ନିକଟସ୍ଥ ଭାସ୍କେଲ ନଦୀରେ ୬୭ଟି, ଡାବୁଗାଁ ରେଞରେ ମୈଦଲପୁର ସାଗର୧୦୬, ଡାବୁଗାଁ ନିକଟସ୍ଥ ଅଙ୍ଗୀ ନଦୀରୁ ୧୩୦ଟି, ଉମରକୋଟ ରେଞରେ ଭାସ୍କେଲ ଡ୍ୟାମରେ ୨୨୭ଟି, ତେଲ ନଦୀ ୭୬, ସରଗୁଲି  କେନ୍ଦ୍ରୀୟ ନର୍ସରୀ ୬୩, ବେ‌ହେଡା କେନ୍ଦ୍ରୀୟ ନର୍ସରୀ ୩୧, ଝରିଗାଁ କେନ୍ଦ୍ରୀୟ ନର୍ସରୀ ୮୦ଟି, ରାଇଘର ଛଟାବେଡା ଲାବରଟାଙ୍କ ୧୬୦ଟି ଏଭଳି ୪୦୮୬ଟି ପକ୍ଷୀ ଗଣନା କରାଯାଇଥିବା କହିଛନ୍ତି ବନଖଣ୍ଡ ଅଧିକାରୀ।

ଆହୁରି ପଢ଼ନ୍ତୁ: Nandankanan: ନନ୍ଦନକାନନରେ ପ୍ରଥମ ପାର୍ମା ୱାଲାବି ଶାବକର ଜନ୍ମ

ଇଣ୍ଡିଆନ୍ ପଣ୍ଡ ହେରେନ୍ ୩୪୪ଟି, ଲିଟିଲ କରମରେଣ୍ଟ ୨୬୭ଟି, ଲିଟିଲ ଇରଗଟେ ୨୮୯ଟି , କେଟଲ ଇରଗେଟ ୧୩୨ଟି, ଇଣ୍ଟରମିଡିଏଟ୍ ଇଗରେଟ ୧୪୨ଟି, ଗ୍ରେ ହେରନ୍ ୪ଟି, ରେଡୱାଟଲଡ ଲେପୱିଙ୍ଗ ୯୨ଟି, କମନ୍ ସେଣ୍ଡପାଇପପର  ୮୩ଟି, ଲେସର ୱିସଲିଙ୍ଗଡକ୍ ୧୨୬୦ଟି, ୱାଇଟ୍ ଷ୍ଟ୍ରୋକ ୧୪୦ଟି, ଗ୍ରେଟ୍ କରମରେଣ୍ଟ ୧୭୧ଟି, ଇଣ୍ଡିଆନ୍ କଟନ୍ ଟିଲ୍ ୧୦୫ଟି, କମନ୍ ମାୟନା ୧୪୪ଟି, ଏସିଆନ୍ ଓପେନବିଲ୍ ୬୧ଟି, ସ୍ପଟଡ୍ ଡଭ୍୫୫ଟି, ୱାଇଟ୍ ଥ୍ରୋଟଡ୍ କିଙ୍ଗଫିସର ୬୦ଟି, ସ୍ପାରୋ ୫୦ଟି, ଗ୍ରୀନ୍ ବି ଇଟର ୫୫ଟି, ପେଇଣ୍ଟଡ୍ ସ୍ନାଇପ୍ ୨ଟି, କମନ୍ ସ୍ନାଇପ୍ ୨ଟି, ରଫ୍ ୨ଟି, ଫିସାଣ୍ଟ କ୍ରୋ ୧୪ଟି, ଫିସାଣ୍ଟ ଟେଇଲଡ୍ ଜାକାନା ୩୦ଟି, ଲିଟିଲ୍ ଗ୍ରୀବ୍ ୬୦ଟି, ଉଡ୍ ସେଣ୍ଡପାଇପର ୨୯ଟି, ଲିଟିଲ ରିଙ୍ଗଡ୍ ପ୍ଲୋଭର ୩୫ଟି ଏଭଳି ୪୦୮୬ଟି ପକ୍ଷୀ ଚିହ୍ନଟ କରାଯାଇଥିବା କହିଛନ୍ତି ବନଖଣ୍ଡ ଅଧିକାରୀ।

ଆହୁରି ପଢ଼ନ୍ତୁ: Odisha Parab 2026 Inagurate: ଓଡ଼ିଶା ପରବ ୨୦୨୬ ଉଦ୍‌ଘାଟିତ: ଗୌହାଟୀରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ

ଏସିଏଫଓ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ବରେ ନବରଙ୍ଗପୁର ରେଞରେ ରେଂଜର ଗୋପୀନାଥ ସାହୁ, କୋଡିଙ୍ଗା ରେଞରେ ପୂର୍ଣ୍ଣଚନ୍ଦ୍ର ନନ୍ଦ, ଡାବୁଗାଁ ରେଞରେ ରାମଚନ୍ଦ୍ର ଭତ୍ରା, ଉମରକୋଟ ରେଞର   ସାହୁ, ଝରିଗାଁ ରେଞର , ରାଇଘର ରେଞର  ପ୍ରମୁଖଙ୍କ ନେତୃତ୍ବରେ ପକ୍ଷୀ ଗଣନା କରାଯାଇଥିବା କହିଛନ୍ତି ବନଖଣ୍ଡ ଅଧିକାରୀ। ଏହା ବାଦେ ବି ସହର ଓ ବିଭିନ୍ନ ଗାଁରେ ପକ୍ଷୀ ରହିଛନ୍ତି। ଜିଲ୍ଲାର ୧୪ଟି ସାଇଟରେ ୪୦୮୬ପକ୍ଷୀ ରହିଥିବା ବେଳେ ଏଥରକ ବିଦେଶୀ ପକ୍ଷୀ ଆସିନଥିବା କହିଛନ୍ତି ଏସିଏଫଓ । ପୂର୍ବରୁ ଇନ୍ଦ୍ରାବତୀ ଜଳଭଣ୍ଡାର,କୁସୁମଝର ଆଦିକୁ ଆସୁଥିବା ବିଦେଶୀ ପକ୍ଷୀ ଏଥରକ ଆସି ନାହାନ୍ତି ଓ ଗଣ ବର୍ଷ ତୁଳନାରେ ଏଥରକ ୩୦୦ପକ୍ଷୀ କମିଥିବା କହିଛନ୍ତି ବୋଲି କହିଛନ୍ତି ଏସିଏଫଓ।