ନବରଙ୍ଗପୁର: ସହରର ଆରାଧ୍ୟ ଦେବୀ ମାଆ ବୁଢୀ ଠାକୁରାଣୀଙ୍କ ପୀଠ ମଧ୍ୟ ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ। ପ୍ରଥମୀ ଦିନ ଠାରୁ ମାଆଙ୍କ ପୀଠରେ ଭକ୍ତମାନେ ଦୀପ ବସାଇଛନ୍ତି। ବାହାରୁ ବହୁତ ଭକ୍ତ ମାଆଙ୍କ ଦର୍ଶନ ପାଇଁ ଆସି ଦର୍ଶନ କରୁଛନ୍ତି।
ମନ୍ଦିରର ପୂଜକ କୃଷ୍ଣ ପୂଜାରୀଙ୍କ କହିବା ଅନୁସାରେ ମାଆଙ୍କ ମନ୍ଦିରରେ ସମସ୍ତ ପ୍ରକାର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ। ନବମୀ ଦିନ ମାଆଙ୍କ ପୀଠରେ ନବଜଣ କନ୍ୟାଙ୍କୁ ପୂଜା ମଧ୍ୟ କରାଯାଇଥାଏ।
ଏହି ପୂଜା କାର୍ଯ୍ୟରେ ମନ୍ଦିର ସଦସ୍ୟ ସୁମିତ୍ ପାଲ୍, ସତ୍ୟନାରାୟଣ ବେହେରା, ସାଗର ମହାପାତ୍ର ସମସ୍ତେ ମାଆଙ୍କ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି। ୧୦୦ରୁ ଊର୍ଦ୍ଧ୍ବ ବର୍ଷ ହେବ ମାଆଙ୍କ ପୀଠ ରହିଥିଲା। ଛୋଟ ଟିଣ ଛପର ମନ୍ଦିର ଥିବା ବେଳେ କିଛି ବଦାନ୍ୟବ୍ୟକ୍ତିଙ୍କ ସହଯୋଗରେ ନୂଆ ମନ୍ଦିରରେ ମାଆଙ୍କ ମନ୍ଦିର ଏବେ ରହିଛି। ୨୦୧୭ ମସିହାରେ ମାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଥିଲା ପ୍ରତିବର୍ଷ ମାଆଙ୍କ ପୀଠରେ ଚୈତ୍ର ନବଦିନାତ୍ମକ ଘଟପର୍ବ ମହାଆଡମ୍ବରରେ ହେଉଛି। ମାଆ ବୁଢ଼ୀ ଠାକୁରାଣୀଙ୍କ ସହ ତାଙ୍କ ଭଉଣୀ ମାଁ ଭଣ୍ଡାରଘରଣୀ, ମାଁ ମାଉଲି, ପରଦେଶୀ ମାଁ, ଚାଉଁରିଆ ଭୈରବଙ୍କ ପ୍ରତୀକ ଲାଠି ମାଆଙ୍କ ମନ୍ଦିରରେ ରହୁଛି। ମାଆଙ୍କ ପୀଠରେ ମଧ୍ୟ ନବରାତ୍ରୀ ପାଇଁ ଶ୍ରଦ୍ଧାଳୁ ଭକ୍ତମାନେ ଅଖଣ୍ଡ ଦୀପ ବସାଇଛନ୍ତି।
Nabarangpur | Durga Puja