ସରକାରୀ ବସ୍‌-ଘରୋଇ ବସ୍‌ ମଧ୍ୟରେ ଧକ୍କା, ୮ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର: ସରକାରୀ ବସ୍‌ ଏବଂ ଘରୋଇ ବସ୍‌ ମଧ୍ୟରେ ଗୁରୁବାର ଅପରାହ୍ନରେ ଧକ୍କା ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଘଟିଥିବା ଏହି ଦୁର୍ଘଟଣାରେ ଆହତ ୮ ଜଣ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଡାବୁଗାଁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ରିପୋର୍ଟ ଅନୁସାରେ ସରକାରୀ ବସ୍‌ଟି ଉମରକୋଟ ଠାରୁ ବ୍ରହ୍ମପୁର ଯାଉଥିବା ବେଳେ ଘରୋଇ ବସ୍‌ଟି ଜୟପୁରରୁ ଗୁରୁସିଂଘା ଯାଉଥିଲା।

ସମ୍ବନ୍ଧିତ ଖବର