ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମକିଆ ପଞ୍ଚାୟତ ଅନ୍ତର୍ଗତ ବାସନୀ ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି। ବର୍ଷା ଯୋଗୁଁ ଏକ ପୁରୁଣା ଘରର କାନ୍ଥ ପଡିଯିବାରୁ ଜଣେ ୫ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ନାବାଳିକାକୁ ନବରଙ୍ଗପୁର ମେଡିକାଲରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବାସନୀ ଗ୍ରାମରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ଗ୍ରାମର ଜଗଦୀଶ ଗୌଡଙ୍କ ଝିଅ ରୁକମଣି(୫) ନିଜ ବାଡିପଟ ଥିବା ଘରେ ଥିଲେ। ତେବେ ବର୍ଷା ଯୋଗୁଁ ଏହି ପୁରୁଣା ଘରର କାନ୍ଥଟି ଭାଙ୍ଗି ଯାଇ ହଠାତ୍ ରୁକମଣିଙ୍କ ଉପରେ ପଡି ଯାଇଥିଲା। କାନ୍ଥ ଚାପି ହୋଇଯିବାରୁ ରୁକମଣି ପ୍ରାଣ ବିକଳରେ ଚିତ୍କାର କରିଥିଲେ। ଏହା ଜାଣିବା ପରେ ସାହି ପଡିଶା ପହଞ୍ଚି ରୁକମଣିଙ୍କୁ ଉଦ୍ଧାର କରିଥିଲେ। ପରେ ୧୦୮ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ଆମ୍ବୁଲାନ୍ସ ନଆସିବାରୁ ପରିବାର ଲୋକ ଏକ ବାଇକ୍ରେ ରୁକମଣିଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତି କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ରୁକମଣିଙ୍କ ଗୋଡ ଭାଙ୍ଗି ଯାଇଥିବା ଜଣାପଡିବା ପରେ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।
ଘର କାନ୍ଥ ପଡି ଶିଶୁକନ୍ୟା ଗୁରୁତର
/sambad/media/post_attachments/wp-content/uploads/2018/06/nabara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)