ନବରଙ୍ଗପୁର: ଭଳିକି ଭଳି ସୁଆଦିଆ ଚକଲେଟ୍ । ଦେଖିବାକୁ ଯେତିକି ସୁନ୍ଦର, ଖାଇବାକୁ ସେତିକି ସୁଆଦିଆ । ପିସ୍ତା ବାଦାମ, କାଜୁ, କିସମିସରେ ଭରପୁର । ନବରଙ୍ଗପୁର ପାପଡାହାଣ୍ଡିର ସଙ୍ଗୀତା ସାହୁ । ଉଚ୍ଚଶିକ୍ଷିତା ସଙ୍ଗୀତା, ଅର୍ଥନୀତିରେ ଜଣେ ଅଧ୍ୟାପିକା । ହେଲେ ନିଶା କିନ୍ତୁ ଚକଲେଟ୍ ତିଆରି କରିବା । ଏଥିପାଇଁ ନିଜ ଘରେ ଆରମ୍ଭ କରିଛନ୍ତି ଚକଲେଟ୍ ପ୍ରସ୍ତୁତି । ପାଠପଢାରୁ କିଛି ସମୟ ବାହାର କରି ଲାଗିପଡନ୍ତି ଚକଲେଟ୍ ତିଆରିରେ । ବଡ କଥା ହେଉଛି ଦେଶୀ ଚକଲେଟରେ କୌଣସି କେମିକାଲ ମିଶାଯାଏନାହିଁ । ଗୋଲ ଗୋଲ ଚକଲେଟର ପ୍ୟାକିଂ ବି ବେଶ୍ ଆକର୍ଷଣୀୟ । ଆଉ ଏହି ଚକଲେଟ୍ ବ୍ରାଣ୍ଡର ନାଁ ରହିଛି ଗଲୁସ ଚକ୍କି ।
/sambad/media/post_attachments/wp-content/uploads/2020/07/Screen-Shot-2020-07-19-at-6.41.36-PM-1024x605.png)
ସଙ୍ଗୀତାଙ୍କ ଚକଲେଟ୍ ଏବେ ନବରଙ୍ଗପୁରର ଘରେ ଘରେ ପରିଚିତ । ଘରେ ଘରେ ପିଲାଙ୍କ ପସନ୍ଦର ଚକଲେଟ୍ । ମାସିକ ୫ରୁ ୬ ହଜାର ଟଙ୍କାର ରୋଜଗାର କରନ୍ତି । ଚକଲେଟକୁ ନେଇ କ୍ଷୁଦ୍ର ଉଦ୍ୟୋଗ କରି ମହିଳାଙ୍କୁ ରୋଜଗାର ଦେବାକୁ ସେ ଲକ୍ଷ୍ୟ ରଖିଛନ୍ତି | ସଙ୍ଗୀତାଙ୍କୁ ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ କୃଷି ବିଜ୍ଞାନ ଯୋଜନାରେ ବୈଜ୍ଞାନିକ ଜ୍ଞାନକୌଶଳର ଉପଯୋଗ କରି ଖାଦ୍ୟ ପ୍ରକ୍ରିୟାକରଣ କାର୍ଯ୍ୟକ୍ରମରେ ତାଲିମ ପାଇଁ ସୁଯୋଗ ମିଳିଥିଲା ।
/sambad/media/post_attachments/wp-content/uploads/2020/07/Screen-Shot-2020-07-19-at-6.41.48-PM-1024x602.png)
ପ୍ରଥମେ ନବରଙ୍ଗପୁର ଓ ପରେ ହାଇଦ୍ରାବାଦର କେନ୍ଦ୍ରୀୟ ଅନୁଷ୍ଠାନରେ ସେ ତାଲିମ ନେଇଥିିଲେ । ବଜାରରେ ଚକଲେଟର ଚାହିଦାକୁ ଦୃଷ୍ଟିରେ ରଖି ଏବେ ଚକଲେଟ୍ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଅଧ୍ୟାପିକା ତଥା ଚକଲେଟ୍ ପ୍ରିୟ ସଙ୍ଗୀତାଙ୍କୁ ଯଦି ସରକାର ସହାୟତା କରନ୍ତି ତେବେ ସେ ନିଜ ଉଦ୍ୟୋଗକୁ ଆଗକୁ ବଢାଇପାରନ୍ତେ ଏବଂ ସଂସ୍ଥାକୁ ବଡ କରି ଅନ୍ୟମାନଙ୍କୁ କର୍ମନିଯୁକ୍ତି ଦେଇପାରନ୍ତେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/chaklet-19_Thumb.jpg)