ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସୀମାନ୍ତ ମଇଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟିର ଖଡ଼କା ଜଙ୍ଗଲରୁ ବୁଧବାର ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟଙ୍କ ମୃତଦେହ ଏକ ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଖବର ଲେଖା ଶେଷ ସୁଦ୍ଧା ପୁଲିସ ଘଟଣାସ୍ଥଳରେ ପହଁଚି ନଥିବା ବେଳେ ମୃତଦେହ ନିକଟରେ ପ୍ରବଳ ଭିଡ଼ ଜମିଛି।

Advertisment

ପ୍ରେମିକା ମାଝୀଗୁଡା ପଞ୍ଚାୟତ ଭାଲୁଝର ଗ୍ରାମର ବେଲ ମୁଦୁଲି ଓ ପ୍ରେମିକ ମଇଦଲପୁର ପଂଚାୟତ ନୀଳାଦ୍ରୀଗୁଡା ଗ୍ରାମର ତ୍ରିପତି ମାଝୀ ବୋଲି ଜଣାପଡିଛି। ଉଭୟ ଗତକାଲି ସନ୍ଧ୍ୟାରୁ ଘରୁ ବାହାରିଥିଲେ। ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ତେବେ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଛି ତାହା ପୁଲିସ ତଦନ୍ତ ପରେ ଜଣାପଡିବ। ମୁଖ୍ୟ ରାସ୍ତାର ୧୦୦ ମିଟର ରାସ୍ତା ଦୂରରେ ଏହି ଦୁଇ ଜଣକ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି।