ନବରଙ୍ଗଗପୁର: ନବରଙ୍ଗପୁରଜିଲ୍ଲା ପାପଡାହାଣ୍ଡି ଥାନା ଅର୍ନ୍ତଗତ ବାବାଜିଗୁଡା ଗାଁର ଅବଦାନ ହରିଜନ ନିଜ ଆଈ ଦୁତି ହରିଜନକୁ ହତ୍ୟା ଓ ମା’ କନକ ଦେଇ ହରିଜକୁ ହତ୍ୟା ଉଦ୍ୟମ ମାମଲାରେ ଜିଲ୍ଲା ଦୌରା ଜଜ୍ ସୁବ୍ରତ ମହାନ୍ତି ଅଭିଯୁକ୍ତ ଅବଦାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଇ.ପି.ସି ର ଧାରା ୩୦୪ ଭାଗ-୧ ରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦୦୦୦/- ଜରିମାନା ଦେବାକୁ ଆଦେଶ କରିଛନ୍ତି | ଜରିମାନା ନ ଦେଲେ ଆହୁରି ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଆଦେଶରେ ଉଲ୍ଲେଖ କରିଛନ୍ତି। ସେହିପରି ଧାରା ୩୦୭ ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ଦେବା ସହ ୨୦୦୦/- ଟଙ୍କା ଜରିମାନା ଦେବାକୁ ଆଦେଶ କରିଛନ୍ତି।
ଜରିମାନା ଅନାଦେୟ ହେଲେ ଆହୁରି ୫ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ୨୦୨୩ମସିହା ନଭେମ୍ବର ୮ତାରିଖ ଦିନ ଅଭିଯୁକ୍ତ ଅବଦାନ ହରିଜନ ତା ମା’ କନଦେଇକୁ ମୋବାଇଲ କିଣିବାକୁ ଟଙ୍କା ମାଗିଥିଲା। ମା’ ଟଙ୍କା ଦେବାକୁ ମନା କରିବାରୁ ସେ ଆଣି ଥିବା ଠେଙ୍ଗାରେ ପ୍ରଥମେ ଆକ୍ରମଣ କରିଥିଲା। ଏହି ସମୟରେ ମା’ ପୁଅର ମାରପିଟକୁ ଦେଖି ଛଡ଼ାଇବା ପାଇଁ ମଧ୍ୟସ୍ଥି ହେବାକୁ ଆସିଥିବା ଆଇ ଦୁତି ହରିଜନଙ୍କ ମୁଣ୍ଡକୁ ଅଭିଯୁକ୍ତ ଅବଦାନ ଠେଙ୍ଗାରେ ମାରିଦେଇଥିଲେ। ରକ୍ତାକ୍ତ ଅବସ୍ଥାରେ ଦୁତି ଘଟଣାସ୍ଥଳରେ ପଡି ଯାଇଥିଲେ।
ତାଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ସଦରମହକୁମା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଦୁତିଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ଅଭିଯୁକ୍ତଙ୍କ ସମ୍ପର୍କୀୟ ଭାଇ ବୀରକିଶୋର ହରିଜନ ପାପଡାହାଣ୍ଡି ଥାନାରେ ତା ପର ଦିନ ଅର୍ଥାତ ୯ତାରିଖ ଦିନ ଏତଲା ଦେଇଥିଲେ। ପୁଲିସ ଅଭିଯୁକ୍ତ ଅବଦାନକୁ ଗିରଫ କରି କୋର୍ଟକୁ ଚାଳାଣ କରିଥିଲେ। ଉଭୟ ପକ୍ଷ ଯୁକ୍ତି ତଥା ୨୨ ଜଣ ସାକ୍ଷୀଙ୍କ ବୟାନ ଏବଂ ୨୨ଟି ଦସ୍ତାବିଜକୁ ଭିତ୍ତି କରି ଅଭିଯୁକ୍ତ ଅବଦାନକୁ ଜିଲ୍ଲା ଏବଂ ଦୌରା ଜଜ ଶ୍ରୀ ମହାନ୍ତି ଏହି ଦଣ୍ଡାଦେଶର ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର ମନୋଜ କୁମାର ଏକ୍କା ଏହି ମାମଲା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)