ଉମରକୋଟ: ଓଡ଼ିଆ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ୨ ନାମ ଲେଖା ଦାୟିତ୍ୱ ସ।ମ୍ସ ସଂସ୍ଥା ଜରିଆରେ କରୁଛି। କିନ୍ତୁ ଛାତ୍ରଛାତ୍ରୀ ଙ୍କ ସମସ୍ତ ବିବରଣୀ ମୋବାଇଲ ନମ୍ବର ସହ ସାଇବର ଅପରାଧୀଙ୍କ ସମସ୍ତ ବିବରଣୀ ସ।ମ୍ସ ସଂସ୍ଥା ଠାରୁ କିପରି ଯାଉଛି ତାହା ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଅଭିଭାବକ ମହଲରେ ଦାବି ହୋଇଛି।
ଆଜି ଉମରକୋଟ ସହରର ୩ ଜଣ ଛାତ୍ରଙ୍କ ପିତାଙ୍କ ଉପରେ ସାଇବର ଅପରାଧୀ ଜାଲ ବିଛାଇ ଥିଲେ ହେଁ ଜଣେ ଜାଲରେ ପଡ଼ି ଯାଇଥିବା ବେଳେ ୨ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ଖ।ଣ୍ଡା ଗ୍ରାମ ପଞ୍ଚାୟତର କୁମ୍ବିଧର ଗ୍ରାମର ଲକ୍ଷଣ ଶାନ୍ତାଙ୍କ ପୁଅ ପିଣ୍ଟୁ ଶାନ୍ତା ଚଳିତ ବର୍ଷ ଦଶମ ଶ୍ରେଣୀରେ ପାସ କରି କୌଣସି କଲେଜରେ ନାମ ଲେଖାଇବା ପାଇଁ ସୁଯୋଗ ପାଇ ପାରିନାହାନ୍ତି। ଗତକାଲି (୨୯/୭/୨୫) ତାରିଖ ଦିନ ସନ୍ଧ୍ୟ। ୪ ଟା ସମୟରେ ୮୦୯୩୪୬୦୮୫୩ରୁ ତାଙ୍କ ନିକଟକୁ ଏକ କଲ ଆସିଲା ଯେ ‘‘ମୁଁ ଉମରକୋଟ ପେଣ୍ଡ୍ର।ଣୀ କଲେଜ୍ ପ୍ରିନ୍ସିପ।ଲ କହୁଛି। ତୁମ ପୁଅ ପିଣ୍ଟୁ ଶାନ୍ତ। ର ନାମଲେଖା ହେବ ଓ ଆଜି ହିଁ ଶେଷ ତାରିଖ। ୪ ଟା ସୁଦ୍ଧା ଟଙ୍କା ପୈଠ ନକଲେ ଆଉ ହେଇପାରିବ ନାହିଁ।’’
ପୁଅ କେମିତି + ୨ ରେ ପଡ଼ିବ ଚିନ୍ତାରେ ଥିବା ପିଣ୍ଟୁଙ୍କ ପିତା ଲକ୍ଷ୍ମଣ ଶାନ୍ତ। ସଙ୍ଗେ ସଙ୍ଗେ ସାଇବର ଅପରାଧୀ କଥାକୁ ବିଶ୍ଵାସ କରି ନେଲେ। ସ୍ପଷ୍ଟ ଓଡ଼ିଆ ଭାଷା କହି ପାରୁଥିବା ସାଇବର ଅପରାଧୀ ନାମ ଲେଖା ପାଇଁ ତୁରନ୍ତ ୬୫୬୯ ଟଙ୍କା ଅନ ଲାଇନରେ କରନ୍ତୁ ବୋଲି କହି ୟୁପିଆଇ ନମ୍ବର ଦେଇ କହିଲେ। ସଙ୍ଗେ ସଙ୍ଗେ ଲକ୍ଷ୍ମଣ ଶାନ୍ତ। ୬୫୬୯ ଟଙ୍କା ପୈଠ କରିଦେଲେ। ଟଙ୍କା ପାଇକି ବି ଟଙ୍କା ଆସିଲା ନାହି ପୁଣି ୬୫୬୯ ଟଙ୍କା ପୈଠ କରିବା ପାଇଁ କହିଥିଲେ। ଲକ୍ଷ୍ମଣ ପୁଣି ୬୫୬୯ ଟଙ୍କା ପୈଠ କରି ଦେଲେ। ପରେ କଲେଜ ୟୁନିଫର୍ମ ପାଇଁ ୫ ହଜାର ଟଙ୍କା ପୈଠ କରିବା ପାଇଁ କହିଲେ । ଲକ୍ଷ୍ମଣ ଶାନ୍ତ। ୫ ହଜାର ଟଙ୍କା ପୈଠ କରିଦେଲେ। କିନ୍ତୁ ଏହି ଟଙ୍କା ବି ଆସିଲା ନାହି ପୁଣି ପୈଠ କର ବୋଲି କହିବା ପରେ ଲକ୍ଷ୍ମଣ ପୁଣି ୫ ହଜାର ଟଙ୍କା ପୈଠ କରି ଦେଲେ। ପୁଣି ଆଜି ୩୦ ତାରିଖ ସକାଳେ ୮ ଟା ସମୟରେ ତୁରନ୍ତ ୨ ହଜାର ଟଙ୍କା ପୈଠ କରିବା ପାଇଁ ଧମକାଇ ଥିଲେ। ଯଦି ୨ ହଜାର ଟଙ୍କା ନ ଦିଅ ତେବେ ଆଡିମି଼ସନ କରାଯିବ ନାହିଁ ବୋଲି କହିଥିଲେ। ଲକ୍ଷ୍ମଣ ଏହା ଶୁଣି ୨ ହଜାର ଟଙ୍କା ପୈଠ କଲେ ସୁଦ୍ଧା ତାହା ଯାଇନଥିଲା। ୨ ହଜାର ଟଙ୍କା ଯାଉନି ବୋଲି ଲକ୍ଷଣ ସାଇବର ଅପରାଧୀଙ୍କୁ କହିବା ପରେ ସାଇବର ଅପରାଧୀ ରାଗି ଯାଇ ତୁମ ପୁଅର ଆଉ ଆଡିମି଼ସନ ହେଇପାରିବ ନାହିଁ ବୋଲି କହିଥିଲେ।
ତେବେ ଲକ୍ଷ୍ମଣ କାଲି ବାନ୍ଧି ଥିବା ଟଙ୍କା କଣ ହେଲା ବୋଲି ପଚାରିବାରୁ ଆଜି ୧୦/୩୦ ରେ କଲେଜ କୁ ଆସି ଟଙ୍କା ନେଇ ଯାଓ କହି ଫୋନ କାଟି ଦେଇଥିଲେ।ଏହା ପରେ ସାଇବର ଅପରାଧୀ କୁମ୍ବିଧରା ଗ୍ରାମର ନରସିଂହ ଶାନ୍ତ। ଓ ବଡଭରଣ୍ଡି ଗ୍ରାମ ପଞ୍ଚାୟତର ମାଲବେଡ଼। ଗ୍ରାମର ଅରୁଣ ଶାନ୍ତ।ଙ୍କୁ ମଧ୍ୟ ଅନୁରପ ଫୋନ କରିଥିଲେ। କିନ୍ତୁ ଲକ୍ଷ୍ମଣ ଶାନ୍ତ। ନିଜେ ଶିକାର ହେଇଥିବା ଠକ।ମୀ ଏହି ୨ ବ୍ୟକ୍ତିଙ୍କୁ ପୂର୍ବରୁ ଜଣାଇ ଦେଇଥିବାରୁ ଏମାନେ ଜାଲରେ ପଡ଼ି ନ ଥିଲେ। କିନ୍ତୁ ଏହି ୨ ବ୍ୟକ୍ତି ସାଇବର ଅପରାଧୀଙ୍କୁ ଟଙ୍କା ପୈଠ କରୁଛୁ ବୋଲି କହି ଦୀର୍ଘ ସମୟ ପର୍ଯ୍ୟନ୍ତ ଅନଲାଇନ ରେ ରଖି ପେଣ୍ଡରାଣୀ କଲେଜରେ ପହଞ୍ଚି ଯାଇଥିଲେ।
କଲେଜର କିଛି କର୍ମଚାରୀଙ୍କ ସମ୍ମୁଖରେ ମଧ୍ୟ ସାଇବର ଅପରାଧୀ ଏହି ବ୍ୟକ୍ତିମାନଙ୍କ ସହ କଥାବାର୍ତ୍ତା କରିଥିଲା। ଶେଷରେ ଆଜି ଲକ୍ଷ୍ମଣ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଛାତ୍ର ଛାତ୍ରୀଙ୍କ ସମସ୍ତ ତଥ୍ଯ ସ।ମସ ରୁ କିପରି ଲିକ ହେଉଛି ତାହା ରାଜ୍ୟ ସରକାର ତଦନ୍ତ କରିବା ଆବଶ୍ୟକ ବୋଲି ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ଦାବି ହେଉଛି। ତେବେ ବହୁତ୍ ଦିନ ହେଲାଣି ଏହି ସାଇବର ଅପରାଧୀ ନିରୀହ ପିତାଙ୍କ ଉପରେ ନଜର ପକେଇ ଟଙ୍କା ଲୁଟି ନେଇ ସାରିଲାଣି। ଉମରକୋଟ , ରାଇଘର ଓ ନବରଙ୍ଗପୁର ସହ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଲୋକେ ଠକ।ମୀ ର ଶିକାର ହେଇ ସାରିଲେଣି।