ନବରଙ୍ଗପୁର (ସୁରେଶ ନାଇଡୁ): ସ୍ଥାନୀୟ ଚଉଲଟ୍ରି ପଡ଼ିଆ ପରିସରରେ ଥିବା ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁଜେକେୱାଇ) ତାଲିମ କେନ୍ଦ୍ର କୋଠା ଅସ୍ବାସ୍ଥ୍ୟକର ପରିବେଶରେ ରହିଛି। ଏଠାରେ ୧୮ରୁ ୩୫ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ଥିବା ବେରୋଜଗାରୀ ଯୁବକ ଯୁବତୀଙ୍କୁ ମାଗଣାରେ ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କୌଶଳ ଶିକ୍ଷା ପ୍ରଦାନ କରାଯାଉଛି। ଓରମାସ ଜରିଆରେ ସାହି ଏକ୍ସପୋର୍ଟସ ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ତାଲିମ ଦିଆଯାଉଛି। ଏଠାରେ ୬୦ଜଣ ଯୁବତୀ ରହି ତାଲିମ ନେଉଛନ୍ତି। ଅସ୍ବାସ୍ଥ୍ୟକର ପରିବେଶ ପାଇଁ ଅନ୍ତେବାସୀମାନେ ଜ୍ବର ସହ ଦେହ ଖରାଫ ଲାଗି ରହୁଛି।
କୋଠାରେ ତାଲିମ କେନ୍ଦ୍ର
ଚାଉଲଟ୍ରିପଡ଼ିଆ ପରିସରରେ ଥିବା କୋଠାରେ ପୂର୍ବରୁ ଅନ୍ବେଷା ଛାତ୍ରଛାତ୍ରୀମାନେ ରହି ପଢ଼ୁଥିଲେ। ଅନ୍ବେଷା ଅନ୍ତେବାସୀଙ୍କ ପାଇଁ ଟିର୍ଲିଆମ୍ବଗୁଡାରେ ସ୍ବତନ୍ତ୍ର କୋଠା ନିର୍ମାଣ ପରେ ପିଲାମାନେ ସେଠାରେ ରହି ସହରର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ପଢ଼ୁଛନ୍ତି। ଖାଲି ପଡ଼ିଥିବା ଏହି କୋଠାରେ ପ୍ରଶାସନ ଡିଡିୟୁଜେକେୱାଇ ତାଲିମ କେନ୍ଦ୍ର ଆରମ୍ଭ କରିଥିଲେ।। ସହରର ମଧ୍ୟଭାଗରେ ତଥା ଚାଉଲଟ୍ରି ପଡ଼ିଆ ମଧ୍ୟରେ ଏହି କେନ୍ଦ୍ର ରହିଛି। ଏଠାରେ ପୌରପାଳିକାପକ୍ଷରୁ ଛୋଟ ଭେଣ୍ଡିଂ ବଜାର ବି କରାଯାଇଛି। ଏଠାରେ ୬ଟି ପରିବା ଦୋକାନ ସହ ଅନ୍ୟ କିଛି ଦୋକାନ ବି ରହିଛି। ପରିବା ଦୋକାନୀମାନେ ପନିପରିବା ଖରାଫ ହେଲେ ଓ ପତ୍ର ଆଦି ବାହାରିଲେ କୋଠା ସମ୍ମୁଖ ପଡିଆରେ ପକାଇ ଦେଉଛନ୍ତି। କୋଠାଟି ପ୍ରତାପ ସାଗର ନିକଟରେ ରହିଛି।
ଆହୁରି ପଢ଼ନ୍ତୁ: Nuapada Election: ‘ବିରୋଧୀଙ୍କ ଅପପ୍ରଚାର, ମିଥ୍ୟା ପ୍ରତିଶ୍ରୁତି ନୂଆପଡ଼ାବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି’
ସାମାନ୍ୟ ବର୍ଷାରେ ସ୍ଥିତି ଗମ୍ଭୀର
ସାମାନ୍ୟ ବର୍ଷା ହେବା ମାତ୍ରକେ ସହରର ସବୁ ନର୍ଦ୍ଦମା ପାଣି ପଡ଼ିଆ ମଧ୍ୟରେ ଆସି ଜମା ହୋଇ ରହୁଛି। ତା ସହ ପାଖରେ ଥିବା କଲୋନିବାସୀ ମଧ୍ୟ ବହୁ ସମୟରେ ମଇଳା ସବୁ ପଡିଆରେ ପକାଉଛନ୍ତି। ଏସବୁ ପଡ଼ିବା ଫଳରେ ଅସ୍ବାସ୍ଥ୍ୟକର ପରିବେଶରେ ବହୁ ସମୟରେ ଅନ୍ତେବାସୀ ମାନେ ଜ୍ବର ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହେଉଛନ୍ତି। ପୌରପାଳିକାକୁ ବାରମ୍ବାର ଅନୁରୋଧ କରିବା ପରେ ଥରେ ଅଧେ ସଫେଇ କରୁଛି। ତା ପରେ ଯଥାପୂର୍ବଂକୁ ତଥା ପରଂ। ଏହି ସ୍ଥିତିରେ ଗତ କିଛି ମାସରେ ୪୦ରୁ ଊର୍ଦ୍ଧ୍ବ ଅନ୍ତେବାସୀ ଜ୍ବରରେ ପଡ଼ିଥିଲେ। ଏପରିକି ପରିଚାଳକ ଚିନ୍ତାରେ ପଡି ଓରମାସ ଓ ପ୍ରଶାସନକୁ ଅବଗତ କରିଥିଲେ।
ଆହୁରି ପଢ଼ନ୍ତୁ: Assembly Pool: ନୂଆପଡ଼ା ଓ ବିହାରରେ ଇତିହାସ ସୃଷ୍ଟି ହୋଇଛି: ମୋହନ
କୋଠାରେ ରହୁଛନ୍ତି ୬୦ ଯୁବତୀ
ଏହି ତାଲିମ କେନ୍ଦ୍ରରେ ଜିଲ୍ଲାର ସବୁ ବ୍ଲକର ୬୦ଜଣ ଯୁବତୀ ଅନ୍ତେବାସୀ ଭାବେ ରହି ସିଲେଇ ତାଲିମ ନେଉଛନ୍ତି। ତାଲିମ ସମୟରେ ମାଗଣାରେ ଖାଇବା ଓ ରହିବାର ବ୍ୟବସ୍ଥା ଥିବା ବେଳେ ସେମାନଙ୍କୁ ପୋଷାକ ଓ ପାଠ୍ୟ ଉପକରଣ ମାଗଣାରେ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ପ୍ରଶିକ୍ଷଣ କେନ୍ଦ୍ରର ମୁଖ୍ୟ ପରିଚାଳକ ହେମନ୍ତ ରାଜ ପ୍ରଧାନ। ତାଲିମ ପରେ ଏନସିଭିଟି ପ୍ରମାଣପତ୍ର ପ୍ରଦାନ ସହ ଯୁବତୀମାନଙ୍କୁ ଭୁବନେଶ୍ବର, ହାଇଦ୍ରାବାଦ ଓ ତିରୁପୁର ପଠାଇ ଚାକିରି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ତାଲିମ କେନ୍ଦ୍ର ପରିଚାଳକ। ସମ୍ମୁଖ ଭାଗରେ ପେଭର ବ୍ଲକ ପକାଇ ଅଂଚଳର ସୌନ୍ଦର୍ଯ୍ୟକରଣ ପୌରପାଳିକା କରିବା ଆବଶ୍ୟକ ବୋଲି କହିଛନ୍ତି ଓରମାସର ଡେପୁଟି ସିଇଓ ରୋଶନ କୁମାର କାର୍ତ୍ତିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/14/ddugky-building-2025-11-14-20-56-57.jpg)