ନିଖୋଜ ଶିକ୍ଷକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ନବରଙ୍ଗପୁର: ପାତ୍ରମୁଣ୍ଡା ଗାଁର ଜଣେ ନିଖୋଜ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ କୁସୁମୀ ଡ୍ୟାମରୁ ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ବିବାହିତ ଶିକ୍ଷକଙ୍କ ମୃତଦେହ ଡ୍ୟାମର ପାଣି ଛଡାଯାଉଥିବା ସ୍ଥାନରୁ ମିଳିଛି। ମୃତ ଶିକ୍ଷକ ଜଣକ ସାନକୁମୁଲି ଗାଁ ସ୍କୁଲରେ ଶିକ୍ଷକତା କରୁଥିଲେ। ସେ ଗତ ୧୦ ତାରିଖରୁ ନିଖୋଜ ଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଆଜି ଅପରାହ୍ନରେ ଶିକ୍ଷକଙ୍କ ମୃତଦେହ ମିଳିଥିବା ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛି।

ଆଜି ମୃତଦେହ ମିଳିବା ପରେ ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ମୃତ ଶିକ୍ଷକ ଗଣେଶ ମାଝୀ ବୋଲି ଜଣାପଡିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି। ପାରିପାର୍ଶ୍ଵିକ ଅବସ୍ଥାକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର