ଝରିଗାଁ ନର୍ସରି ପୋଖରୀ ନିକଟରେ ଯୁବକର ମୃତଦେହ ଠାବ, ହତ୍ୟା ଅଭିଯୋଗ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକସ୍ଥିତ ସେଣ୍ଟ୍ରାଲ ନର୍ସରି ନିକଟରେ ଆଜି ସକାଳୁ କିଛି ଲୋକ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ଜଣେ ଯୁବକର ମୃତ ଶରୀର ଦେଖିଥିଲେ। ପରେ ମୃତ ଯୁବକର ପରିଚୟ ଜାଣି ପରିବାରଲୋକଙ୍କୁ ଖବର ଦେଇଥିଲେ।  ମୃତକ ଜଣକ ଝରିଗାଁ ଗ୍ରାମ ହରିଜନ ସାହିର ବଳରାମ ବିଶି ବୋଲି ଜଣାପଡିଛି।

ଗତକାଲି ସେ ପରିବାରଲୋକଙ୍କୁ ଅନ୍ୟ ଜଣଙ୍କ ଫୋନରେ ସକାଳୁ ଘରକୁ ଫେରିବା ନେଇ ଜଣାଇଥିବା ପରିବାର ଲୋକେ କହିଛନ୍ତି।  ତେବେ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ଏହା ହତ୍ୟା ନା ଦୁର୍ଘଟଣା ସେ ସମ୍ପର୍କରେ ପୁଲିସ ବର୍ତ୍ତମାନ ସ୍ପଷ୍ଟ କରିନାହାନ୍ତି। ଅନ୍ୟପକ୍ଷେ ପାରିପାର୍ଶ୍ବିକ ସ୍ଥିତି ଦେଖି ଲୋକମାନେ ଘଟଣାକୁ ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରୁଛନ୍ତି। ଘଟଣାସ୍ଥଳରେ ଝରିଗାଁ ଆଇଆଇସି ନଟବର ନନ୍ଦ, ଉମରକୋଟ ଏସଡିପିଓ ଦିନେଶ କୁମାର ନାୟକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଏଣେ ଘଟଣାର ତଦନ୍ତ ପାଇଁ କୋରାପୁଟଠାରୁ ସାଇଣ୍ଟିଫିକ ଟିମ ଆସିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର