ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଆମପାରା ଗ୍ରାମ ନିକଟସ୍ଥ ଜଙ୍ଗଲ ଭିତରୁ ପୁଲିସ ଜଣକର ଶବ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ନିକଟସ୍ଥ ଟିପାପାଣି ଗ୍ରାମର ନୀଳକଣ୍ଠ ମାଝୀ(୪୦) ବୋଲି ଜଣାପଡିଛି। ଘଟଣାସ୍ଥଳ ପାରିପାର୍ଶ୍ୱିକ ସ୍ଥିତି ସହ ଶବଟି ଅର୍ଧ ଉଲଗ୍ନ ଅବସ୍ଥାରେ ପଡି ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ତେବେ ପରିବାର ପକ୍ଷରୁ ଏନେଇ କୌଣସି ଅଭିଯୋଗ ହୋଇନଥିବାରୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ତୋହରା ପଞ୍ଚାୟତର ଆମପାରା ଓ ଜମିପାରା ଗାଁକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲ ନିକଟରେ ଆଜି କ୍ଷତ ବିକ୍ଷତ ତଥା ଅର୍ଧ ଉଲଗ୍ନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଶବ ପଡିଥିବା ସ୍ଥାନୀୟ କିଛି ଲୋକ ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେବା ପରେ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ଉଦ୍ଧାର ହୋଇଥିବା ଶବଟି ଟିପାପାଣି ଗ୍ରାମର ନୀଳକଣ୍ଠ ମାଝୀଙ୍କ ବୋଲି ଜାଣିବା ପରେ ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ଉମରକୋଟ ମେଡିକାଲକୁ ପଠାଇଛି। ଶବଟି ଅର୍ଧ ଉଲଗ୍ନ ଅବସ୍ଥାରେ ଥିବା ସହ ମୁହଁ କଳା ପଡି ଯାଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଯଦି ପରିବାର ଲୋକ ହତ୍ୟା ଅଭିଯୋଗ କରନ୍ତି ତେବେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରାଯିବ ବୋଲି ପୁଲିସ କହିଛି।
ଜଙ୍ଗଲରୁ ଜଣଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହଜଙ୍ଗଲରୁ ଜଣଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ
/sambad/media/post_attachments/wp-content/uploads/2018/03/dead-body1-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)