ଝରିଗାଁ : ଚିକିଲି ନଦୀ କଡ଼ରୁ ଯୁବକର ମୃତଦେହ ଉଦ୍ଧାର ,ହତ୍ୟା ସଂଦେହ

ଝରିଗାଁ :  ନବରଙ୍ଗପୁର ଝରିଗାଁ ବ୍ଲକ ଅନ୍ତର୍ଗତ କଟରିଛାପର ପଂଚାୟତ କୁରୁଲୁଭଟା ଗ୍ରାମର ଜଣେ ୨୪ ବର୍ଷ ଯୁବକର ମୃତଦେହ ଗାଁ ନିକଟସ୍ଥ ଚିକିଲି ନଦୀ କଡ଼ରେ ପଡ଼ିଥିବା ଦେଖିବାକୁ ମିଳଛି । ଏ ସମ୍ପର୍କରେ ପରିବାର ପକ୍ଷରୁ  ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାନୁଯାୟୀ କଟରିଛାପର ପଂଚାୟତ ଗ୍ରାମର ରାମ ସାନ୍ତାର ପୁଅ ନକୁଳ ସନ୍ତା (୨୪) ଗତ ୨୨ ତାରିଖ ରବିବାର ଦିନ ରାତ୍ରି ୮ ଟା ସମୟରେ ନିଜ ବାଇକ (ସିଜି୦୫ ଏସ ୯୯୮୨) ଯୋଗେ ଘରୁ ବାହାରିଥିଲା । ତେବେ ରାତ୍ରିରେ ଘରକୁ ନଫେରିବାରୁ ନକୁଳଙ୍କ ପତ୍ନୀ  ଆଶା ସନ୍ତା ପରିବାରର ଅନ୍ୟମାନଙ୍କୁ ଜଣାଇଥିଲେ । ରାତିରେ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇନଥିଲେ । ତେବେ ଆଜି ଅପରାହ୍ନ ୩ଟା ସମୟରେ କଟିଦୋରା ଗ୍ରାମର ନାଭି ସନ୍ତା ନକୁଳ ଘରକୁ ଆସି ଚିକିଲି ନଦୀ କଡ଼ରେ ଏକ ପଥର ଉପରେ ନକୁଳର ମୃତ ଶରୀର ପଡିଛି ଓ ବାଇକ ସହ ମୋବାଇଲ ପଡିଥିବା ଜଣାଇଥିଲା। ଖବର ପାଇ ଗ୍ରାମର ୨୦ରୁ ଉର୍ଦ୍ଧ୍ବ ଲୋକ ଘଟଣା ସ୍ଥଳରେ ପହଞ୍ଚି ନକୁଳର ମୃତ ଶରୀରରେ କୌଣସି କ୍ଷତ ନଥିବା ସହ ବାଇକ  ବି ସୁରକ୍ଷିତ ରହିଥିବା ଦେଖିବକୁ ପାଇଥିଲେ । ଏହାକୁ ନେଇ ପରିବାର ଲୋକଙ୍କ ମନରେ ସଂଦେହ ସୃଷ୍ଟି ହୋଇଛି ।

ପରିବାର ପକ୍ଷରୁ ମୁତକର ଦାଦା ବଳି ସନ୍ତା ଝରିଗାଁ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଥାନା ଅଧିକାରୀ ଉମେଶ କୁମାର ସାହୁ ଓ ଏସଆଇ ସନ୍ତୋଷ କୁମାର ମାଝୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର