ପାପଡ଼ାହାଣ୍ଡି : ନଦୀରୁ ଗଳିତ ମୃତଦେହ ଉଦ୍ଧାର

ପାପଡ଼ାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ବିକ୍ରମପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେଲିଗୁଡା ଗୁନତାଡ଼ ନଦୀ ପଠାରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତଦେହର ପରିଚୟ ମିଳିପାରିନାହିଁ । ସୂଚନା ଅନୁଯାୟୀ ତେଲିଗୁଡ଼ା ଗ୍ରାମ ଗୁନତାଡ଼ ନଦୀରୁ ଚାରିପାଞ୍ଚ ଦିନ ଧରି ଗୁନତାଡ଼ ଏକ ଶବ ଭାସିବାରେ ଲାଗିଥିଲା ।

ଏ ସମ୍ପର୍କରେ ତେଲିଗୁଡା ଗୃହରକ୍ଷୀ ଜାଣିବା ପରେ ପାପଡାହାଣ୍ଡି ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ପାପଡାହାଣ୍ଡି ତହସିଲଦାର ପ୍ରେମଲାଲ ହିଆଲ ଏସଡିପିଓ ଆଦିତ୍ୟ ସେନ, ଆଇଆଇସି ସୁବେନ୍ଧୁ ଶବର ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ  ଦ୍ୱାରା ଶବ ଉଦ୍ଧାର କରିଥିଲେ । ଶବଟି ପଚି ଯାଇଥିବା ବେଳେ ପରିଚୟ ମିଳିନାହିଁ । ଏନେଇ ପାପଡାହାଣ୍ଡି ଥାନାରେ ଅପମୃତ୍ୟୁ ୨୦/୨୦ ରୁଜୁ କରାଯାଇ ଏହାର ତଦନ୍ତ ଆରମ୍ଭ କରାଯାଇଛି ବୋଲି ଏଏସଆଇ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର