ରେଳ ଧାରଣାରୁ ଶବ ଉଦ୍ଧାର ଘଟଣା:ଧାରଣା ଦେଲା ଶୌଣ୍ଢିକ ସମାଜ

  1. ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମେଣ୍ଟ୍ରି ଗ୍ରାମର ଯୁବକ ଆଶିଷ କୁମାର ନାୟକଙ୍କ ମୃତ ଦେହ ଗତ ଏପ୍ରିଲ ୨୪ ତାରିଖରେ ଜୟପୁର ନିକଟସ୍ଥ ହର୍ଦୋଳି ରେଲ ଲାଇନ କଡରୁ ଉଦ୍ଧାର ହୋଇଥିଲା। ଅସ୍ୱାଭାବିକ ମୃତ୍ୟୁକୁ ନେଇ ସନ୍ଦେହ କରିବାରୁ ପରିବାର ତେନ୍ତୁଳିଖୁଣ୍ଟି ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ। ତାଙ୍କ ବାପା ଟଙ୍କଧର ବିଷୋୟୀ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କ ଏକ ମାତ୍ର ପୁଅ ଆଶିଷଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ବାହାଘର ହୋଇଥାନ୍ତା। ତେଣୁ ଆଶିଷକୁ ଅପରହରଣ ପରେ ହତ୍ୟା କରି ରେଳ ଲାଇନ କଡରେ ପକାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଗତ ମାସ ୭ ତାରିଖରେ ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଶୌଣ୍ଢିକ ସମାଜ ଓ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
  2. ପୁଣି ତଦନ୍ତରେ ଶୀଥଳତା ଅଭିଯୋଗ କରି ମେଣ୍ଟ୍ରି ଓ ହିର୍ଲିିଆଗୁଡା ଶୌଣ୍ଢିକ ସମାଜ ପକ୍ଷରୁ ଗତ ୧୭ ତାରିଖ ଦିନ ପଠାନଗୁଡା ଛକ ନିକଟରେ ୬ ଘଣ୍ଟା ରାସ୍ତା ଅବରୋଧ କରିଥିଲେ। ସେହି ସମୟରେ ତେନ୍ତୁଳିଖୁଣ୍ଟି ତହସିଲଦାର ପହଞ୍ଚି ତୁରନ୍ତ ଦୋଷୀଙ୍କୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତଦନ୍ତ ହୋଇପାରିନଥିବା ଶୌଣ୍ଢିକ ସମାଜ ପକ୍ଷରୁ ଅଭିଯୋଗ କରାଯାଇଛି। ଆଜି ଝାଡୁଆ ଶୌଣ୍ଢିକ ସମାଜ ପକ୍ଷରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଓ ମାନବ ଅଧିକାର କମିଶନଙ୍କ ନିକଟକୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ କ୍ରାଇମବ୍ରାଞ୍ଚ ତଦନ୍ତ, ପରିବାରଙ୍କୁ ଅନୁକମ୍ପା ମୂଳକ ସାହାଯ୍ୟ ଓ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀଙ୍କୁ ବଦଳି ଦାବି କରାଯାଇଛି। ଏହି ଧାରଣାରେ ଝାଡୁଆ ଶୌଣ୍ଢିକ ସମାଜର ପରମେଶ୍ୱର ବିଷୋୟୀ, ଜଗଦୀଶ ଚନ୍ଦ୍ର ବିଷୋୟୀ, ବସନ୍ତ କୁମାର ବିଷୋୟୀ, ଜାନକୀ କାନ୍ତ ବିଷୋୟୀ, ବେବିନା ମାଝୀ, କେଦାର ବିଷୋୟୀ, ଦାମ ବିଷୋୟୀ, ରମେଶ ବିଷୋୟୀ, ଯୋଗେନ୍ଦ୍ର ବିଷୋୟୀ, ଯୁଧିଷ୍ଠିର ବିଷୋୟୀ, ଅନୁସୂୟା ଭତରା, ଗଣେଶ ବିଷୋୟୀ, ଟିକି ମାଝୀ, ଧନେଶ୍ୱର ବିଷୋୟୀ, ପନାର ବିଷୋୟୀ ପ୍ରମୁଖଙ୍କ ସମେତ ଶତାଧିକ ସାମିଲ ହୋଇଥିଲେ।
ସମ୍ବନ୍ଧିତ ଖବର