ଡାବୁଗାଁ,: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡା ଗ୍ରାମ ନିକଟସ୍ଥ ଏକ କାଜୁ ବାଡ଼ରୁ ପୁଲିସ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କିରଛି। ଘଟଣାସ୍ଥଳରେ ମୃତ ବ୍ୟକ୍ତିଙ୍କ ସ୍କୁଟି ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନ ଭୀମାଗୁଡା ଗ୍ରାମର ବିପୁଲ୍ ଦତ୍ତ(୪୨) ଗତକାଲି ଅପରାହ୍ନ ପ୍ରାୟ ୩ଟାରେ ନିଜ ସ୍କୁଟି ଯୋଗେ ବାହାରକୁ ଯାଇଥିଲେ। କିନ୍ତୁ ରାତି ପର୍ଯ୍ୟନ୍ତ ବିପୁଲ୍ ଘରକୁ ନଫେରିବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ପାଇନଥିଲେ। ଆଜି ସକାଳେ ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡା ଗ୍ରାମ ନିକଟସ୍ଥ ଏକ କାଜୁ ବାଡରେ ଜଣେ ବ୍ୟକ୍ତିଙ୍କ ଶବ ଝୁଲୁଥିବା ସ୍ଥାନୀୟ କିଛି ଲୋକ ଦେଖିବାକୁ ପାଇଥିଲା। ପଚରାଉଚରା ପରେ ଶବଟି ସାନ ଭୀମାଗୁଡା ଗ୍ରାମର ବିପୁଲ ଦତ୍ତଙ୍କ ବୋଲି ଜଣାପଡିଥିଲା। ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନେଇ ମୃତ ବିପୁଲଙ୍କ ପୁଅ ପାର୍ଥଜିତ୍ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଘଟଣାସ୍ଥଳରେ ବିପୁଲ୍ଙ୍କ ସ୍କୁଟି ରହିଥିବା ଦେଖିବାକୁ ମିଳିଛି। ଡାବୁଗାଁ ଥାନାରେ ଏନେଇ କେଶ୍ ନଂ-୭/୧୯ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଏଏସ୍ଆଇ ସଲେମନ୍ ଭୁୟାଁ ଘଟଣାର ତଦନ୍ତ କରୁଛନ୍ତି।
କାଜୁ ବାଡ଼ରୁ ଝୁଲନ୍ତା ଶବ ଉଦ୍ଧାର
/sambad/media/post_attachments/wp-content/uploads/2019/03/hangmans-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)