ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଂଚାୟତ ତୁଳସୀପଦର ଗ୍ରାମରେ ବିଳମ୍ବିତ ରାତ୍ରରେ କୀଟନାଶକ ପିଇ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଦୀପ୍ତି ମଣି ସାନ୍ତା। ତାଙ୍କର ବୟସ ୧୯ ବର୍ଷ। ପରିବାର ଲୋକେ ରାତ୍ର ୧୨ଟା ବେଳେ ଦୀପ୍ତି ଛଟପଟ ହେବା ଦେଖିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସର ତଦନ୍ତ ପରେ ଅସଲ କାରଣ ଜଣାପଡ଼ିବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/dead-new-indian-express.jpg)