ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ

ନବରଙ୍ଗପୁର: ଟ୍ରାକ୍ଟର ଓଲଟି  ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା, ରାଇଘର ବ୍ଲକ ବୋବେଇ ପଞ୍ଚାୟତର ବୈପାରୀଡ଼ିହି ଗ୍ରାମ ପାଖରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।

ଟ୍ରାକ୍ଟରଟି ଦାସପୁର ଗ୍ରାମର  ପ୍ରଦୀପ ବିଶ୍ୱାସଙ୍କ ବୋଲି ଜଣାପଡିଛି। ମୃତକ ଡ୍ରାଇଭର ବୋରଙ୍ଗା ଗ୍ରାମର ଗୋବିନ୍ଦ ଗଣ୍ଡ।ସୂଚନା ଅନୁଯାୟୀ ଗୋବିନ୍ଦ ଗଣ୍ଡମହଣ୍ଡ ଗ୍ରାମରେ କୌଣସି କାର୍ଯ୍ୟରେ ଯାଇଥିଲେ। ଆଜି ସକାଳେ ୭ଟା ୨୩ମିନିଟରେ ଘରକୁ ଫେରୁଥିବା ବେଳେ ଗାଡ଼ି ଭାରସାମ୍ୟ ହରାଇ ଓଲଟିବା ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର