ଡାବୁଗାଁ (ସଂଜୟ ପାଢ଼ୀ): ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ ହେଲା ପରେ ଡ୍ରପ ଆଉଟ୍ ପିଲାଙ୍କୁ ଶତ ପ୍ରତିଶତ ବିଦ୍ୟାଳୟ ମୁହାଁ କରିବା ପାଇଁ ଓସେପା ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି। ସରକାର ପିଲାଙ୍କୁ ସବୁକିଛି ମାଗଣା ଯୋଗାଇ ଆସୁଥିବା ବେଳେ ପିଲା କାହିଁକି ପାଠ ପଢିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ତାହା ଚିନ୍ତାର ବିଷୟ ହୋଇଥିବା ବେଳେ ନବରଙ୍ଗପୁରଜିଲ୍ଲା ଡାବୁଗାଁ ବ୍ଲକରେ ମାତ୍ର ୨୮ ପ୍ରତିଶତ ପିଲାଙ୍କୁ ସ୍କୁଲମୁହାଁ କରାଯାଇଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାର ପଛୁଆ ଭାବେ ପରିଗଣିତ ଡାବୁଗାଁ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଶିକ୍ଷା ବିଭାଗ ତରଫରୁ ଡ୍ରପ ଆଉଟ୍ ପିଲାଙ୍କୁ ସ୍କୁଲକୁ ଫେରାଇବା ଆଣିବା ପାଇଁ ଶିକ୍ଷା ବିଭାଗ ନାକେଦମ୍ ହେଉଛନ୍ତି।
ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ତରଫରୁ ୨୦୨୫/୨୫ ଶିକ୍ଷା ବର୍ଷରେ ଅଧାରୁ ପାଠ ଛାଡ଼ିଥିବା ୭ ବର୍ଷରୁ ୧୪ ବର୍ଷ ଓ ୧୫ ବର୍ଷରୁ ୧୮ ବର୍ଷ ପିଲାଙ୍କୁ ଘରକୁ ଘର ବୁଲି ସର୍ଭେ କରାଯାଇଥିଲା, ଯେଉଁଥିରେ ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନ ୮ଟି କ୍ଳଷ୍ଟରରେ ୧୦୮୨ ପିଲା ପାଠ ଛାଡ଼ିଥିବା ଜଣାପଡିଥିଲା। ୭ରୁ ୧୪ ବର୍ଷର ୩୩୬ ପିଲା ଓ ୧୫ରୁ ୧୮ ବର୍ଷର ୭୪୬ ପିଲା ଅଧାରୁ ପାଠ ଛାଡିଥିଲେ। ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ପ୍ରଧାନଶିକ୍ଷକ ବିଭିନ୍ନ କୌଶଳ ଅବଲମ୍ବନ କରି ତଥା ଅଶିକ୍ଷିତ ଅଭିଭାବକମାନଙ୍କୁ ଯଥେଷ୍ଟ ବୁଝାଇ ଥିଲେ।
୧୦୮୨ରୁ ୨୫୯ ପିଲା ସ୍କୁଲମୁହାଁ
ଶିକ୍ଷକମାନଙ୍କ ପରିଶ୍ରମ ଓ ସଚେତନ ପରେ ମଧ୍ୟ ବ୍ଲକ ର ୧୦୮୨ ପିଲାରୁ ମାତ୍ର ୨୫୯ ପିଲାଙ୍କୁ ଆଜି ପର୍ଯ୍ୟନ୍ତ ସ୍କୁଲ ମୁହାଁ କରାଯାଇ ପାରିଛି। ୭ରୁ ୧୪ ବର୍ଷ ୧୧୪ ଓ ୧୫ରୁ ୧୮ ବର୍ଷ ୧୪୫ ପିଲା ସ୍କୁଲକୁ ଫେରିଛନ୍ତି। ଏତେ ସଚେତନ ପରେ ମଧ୍ୟ ବ୍ଲକର ୭୨ ପ୍ରତିଶତ ପିଲା କୌଣସି କାରଣରୁ ପାଠ ପଢାରୁ ଦୂରରେ ରହିଛନ୍ତି। କ’ଣ ପାଇଁ ବ୍ଲକର ଏତେ ସଂଖ୍ୟକ ପିଲା ଅଧାରୁ ପାଠ ଛାଡୁଛନ୍ତି ଓ ସ୍କୁଲ ଆସୁ ନାହାନ୍ତି ତାହା କାହା ପାଖରେ ଜବାବ ନଥିଲେ ସୁଦ୍ଧା ପରିବାରର ଆର୍ଥିକ ଦୂରାବସ୍ଥା ଯୋଗୁଁ ଅଧିକାଂଶ ପିଲା ସ୍କୁଲ ଆସୁ ନଥିବା ଜଣା ପଡ଼ିଛି।
ଆହୁରି ପଢ଼ନ୍ତୁ: Eucalyptus Cultivation Govt Land: ଜଙ୍ଗଲ କାଟି ସରକାରୀ ଜମିରେ ନୀଳଗିରି (ୟୁକାଲିପଟାସ) ଚାଷ
ଖେତରେ କାମ କରୁଛନ୍ତି ପିଲା
ବର୍ତମାନ ଚାଷ କାର୍ଯ୍ୟ ଚାଲି ଥିବାରୁ ଗରିବ ପରିବାରର ପିଲାମାନେ ବାପା-ମା’ଙ୍କୁ ସାହାଯ୍ୟ କରିବା ପାଇଁ ଅଧିକାଂଶ ଦିନ ବିଦ୍ୟାଳୟ ଛୁଟି କରୁଛନ୍ତି। କିଛି ସଚେତନ ଅଭିଭାବକ ପିଲାକୁ ସ୍କୁଲ ଯିବାକୁ ଅତ୍ୟଧିକ ଚାପ ସୃଷ୍ଟି କଲେ ପିଲା ଆତ୍ମହତ୍ୟାର ଭୟ କିମ୍ବା ବାହାର ରାଜ୍ୟକୁ ଦାଦନ ଯିବା ଭୟ ଦେଖାଉଛନ୍ତି। ଏପଟେ ଡ୍ରପ ଆଉଟ୍ ପିଲାଙ୍କୁ ଠାବ କରି ସ୍କୁଲକୁ ଶତ ପ୍ରତିଶତ ଫେରାଇ ଆଣିବା ପାଇଁ ଶିକ୍ଷା ବିଭାଗ ତରଫରୁ ବିଇଓ ଓ ପ୍ରଧାନଶିକ୍ଷକମାନଙ୍କୁ କଡା ନିର୍ଦ୍ଦେଶ ଥିବା ବେଳେ ବ୍ଲକ୍ର ଡ୍ରପ ଆଉଟ୍ ପିଲା ଧାନ ଭାରା ବୋହିବା, ଚାଷ ଜମିରେ ହିଡ ମାରିବା ଓ କୁଲି କାର୍ଯ୍ୟ କରୁ ଥିବା ଦେଖିବାକୁ ମିଳୁଛି।
ଆହୁରି ପଢ଼ନ୍ତୁ: Youth Meeting: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ‘ଆଦର୍ଶ ଯୁବ ଗ୍ରାମସଭା’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/26/dabugaon-2025-11-26-19-27-34.jpg)