ଝରିଗାଁ: ଶୋଇଥିବା ଅବସ୍ଥାରେ ନିଆଁରେ ପୋଡ଼ି ହୋଇ ବୃଦ୍ଧ ଗୁରୁତର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଂଚାୟତ ଅନ୍ତର୍ଗତ ଚଟୁପକନା ଗ୍ରାମର ଜଣେ ବୃଦ୍ଧ ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଚଟୁପକନା ଗ୍ରାମର ଭଦ୍ର ଜାନୀ (୬୦) ଗତ ରବିବାର ଦିନ ନିଜ ଜ୍ୱାଇଁ ପାଣ୍ଡୁ ଜାନୀଙ୍କ ଘର କୁସୁମବାହଲ ଗ୍ରାମକୁ ଯାଇଥିଲେ। ସବୁଦିନ ଭଳି ଗତକାଲି ରାତିରେ ମଧ୍ୟ ଘର ପାଖରେ ଥିବା ପଣସ ଗଛ ମୂଳେ ନିଆଁ ଲଗାଇ ଶୋଇଥିଲେ। ଭଦ୍ର ଜାନୀଙ୍କୁ ମୂର୍ଚ୍ଛା ରୋଗ ଥିବା ବେଳେ ସେ ଶୋଇଥିବା ଅବସ୍ଥାରେ ହଠାତ ମୂର୍ଚ୍ଛା ହୋଇ ଯାଇଥିଲେ। ଭଦ୍ର ଜାନୀ ଅଚେତ ହୋଇପଡ଼ିବା ପରେ ପ୍ରଥମେ ସେ ଘୋଡ଼ାଇ ହୋଇଥିବା ଚାଦରରେ ନିଆଁ ଲାଗି ଯାଇଥିଲା। ପରେ ପରେ ତାଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ଏହା ଦେଖିବା ପରେ ପରିବାର ଲୋକ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଭଦ୍ର ଜାନୀଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର