ଝରିଗାଁରେ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚଚା ପଂଚୟତର ଭେଜିଗୁଡା ଗ୍ରାମର ଜଣେ ବୃଦ୍ଧ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ଭେଜିଗୁଡା ଗ୍ରାମର ଜଗ ପୂଜାରୀ (୬୫) ସବୁ ଦିନ ଭଳି ଆଜି ସକାଳୁ ୮ଟା ସମୟରେ ଘରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଭେଜିଗୁଡା ଜଙ୍ଗଲରେ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଯାଇଥିଲା। ତେବେ ମହୁଲ ଫୁଲ ସଂଗ୍ରହ ବେଳେ ହଠାତ ୩ଟି ଭାଲୁ ଆସି ଆକ୍ରମଣ କରିଥିଲେ। ସେହି ସମୟରେ ଜଗ ପୂଜାରୀ ଭାଲୁ ଦାଉରୁ ରକ୍ଷା ପାଇବା ପାଇଁ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଆଖପାଖରେ ଥିବା ଲୋକ ଆସି ଜଗଙ୍କୁ ଭାଲୁ ଆକ୍ରମଣରୁ ଉଦ୍ଧାର କରିଥିଲେ।

ପରେ ଗୁରୁତର ଅବସ୍ଥାରେ ଜଗଙ୍କୁ ଘରକୁ ଅଣାଯାଇଥିଲା। ପରିବାର ଲୋକ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରରିଥିବା ସୂଚନା ରହିଛି । ଭାଲୁ ଆକ୍ରମଣରେ ତାଙ୍କ ଡାହାଣ ହାତର କୁହୁଣୀ ଉପରେ ଗଭୀର ଆଘାତ ଲାଗିଛି । ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଡାକ୍ତର ପ୍ରକାଶ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର