ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତିଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରାୟ ୫ ମାସ ହେଲା ନିୟମିତ ବିଦ୍ୟୁତ ଯୋଗାଣ ହେଉନଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତ ବାସୀ। ଅଭିଯୋଗ ଅନୁସାରେ, ଏହି ପଞ୍ଚାୟତର ମହିଳିପାରା, ଖାଲେପାରା, ସାନ୍ତୀପୂରୀ, ଚୁଆପାରା ଆଦି ବହୁ ଗ୍ରାମରେ ପ୍ରାୟ ବର୍ଷେ ହେଲା ବିଦ୍ୟୁତ ସଂଯୋଗ ହୋଇଛି। କିନ୍ତୁ ବିଦ୍ୟୁତ ସଂଯୋଗ ପର ଠାରୁ ଏହି ଗ୍ରାମ ଗୁଡିକରେ ନିୟମିତ ବିଦ୍ୟୁତ ସେବା ଯୋଗାଣରେ ବାଧା ଦେଖାଦେଇଛି। କେତେବେଳେ ବିଦ୍ୟୁତ ତାର ଛିଡୁଛି ତ କେତେବେଳେ ବିଦ୍ୟୁତ ଟ୍ରାନ୍ସଫର୍ମର ଅଚଳ ହେଉଛି। ବିଦ୍ୟୁତ ସଂଯୋଗ ପାଇଁ ଠିକାଦାର ଏହି ଅଞ୍ଚଳର ଶ୍ରମିକ ମାନଙ୍କ ଦ୍ବାରା ପୋଲ ବୋହିବା ଠାରୁ ଆରମ୍ଭ କରି ଗର୍ତ ଖୋଳିବା ଆଦି କାର୍ଯ୍ୟ କରିଥିଲେ। ତେବେ ଶ୍ରମିକ ମାନେ କାମ କରିଥିବା ବାବଦକୁ ମଜୁରୀ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ଜନୈକ ଠିକାଦାର ପ୍ରଦାନ କରିନଥିବାରୁ ଜିଲ୍ଳାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି।
ବିଦ୍ୟୁତକରଣ ଠିକାଦାର ମଜୁରି ଟଙ୍କା ଦେଉନଥିବା ଅଭିଯୋଗ
/sambad/media/post_attachments/wp-content/uploads/2018/10/naba1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)